ବାଲେଶ୍ୱର-୧୮/୧୦: ପଶ୍ଚିମବଂଗ ଓ ଝାଡ଼ଖଣ୍ଡ ରାଜ୍ୟରୁ ବେଆଇନ ଭାବେ ଜିଞ୍ଜର ମଦ ଓଡ଼ିଶାକୁ ଏକ ଭ୍ୟାନ୍ରେ ଆସୁଥିବା ବେଳେ ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍ ଏହି ଜିଞ୍ଜର ମଦଭର୍ତ୍ତି ଗାଡ଼ିକୁ ଜବଦ କରିବା ସହ ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିଛି । ଜବଦ ହୋଇଥିବା ୫ଶହ ବୋତଲ ଜିଞ୍ଜର ମଦର ମୂଲ୍ୟ ପ୍ରାୟ ଲକ୍ଷ ଟଙ୍କା ହେବ । ଘଟଣାରୁ ପ୍ରକାଶ ଅଗକୁ ଭଦ୍ରକ ଜିଲ୍ଲା ଧାମନଗର ଉପନିର୍ବାଚନ ଥିବାରୁ ଏହି ସମୟରେ ମଦ ମାଫିଆମାନେ ସକି୍ରୟ ହୋଇ ଉଠିଛନ୍ତି । ନିର୍ବାଚନ ସମୟରେ ବିପୁଳ ପରିମାଣ ମଦର ପ୍ରସାର ନିମନ୍ତେ ସେମାନେ ଏହି ଜିଞ୍ଜର ମଦ ଭଦ୍ରକ ଅଞ୍ଚଳକୁ ଆଣୁଥିଲେ । ଅବକାରୀ ବିଭାଗ ଭ୍ରାମ୍ୟମାଣ ଟିମ୍ ସନେ୍ଦହରେ ଏକ ଭ୍ୟାନ୍କୁ ଯାଞ୍ଚ କରିବାରୁ ସେଥିରୁ ଏହି ୫ଶହ ବୋତଲ ଜିଞ୍ଜର ମଦ ଜବଦ କରାଯାଇଥିଲା । ଘଟଣାରେ ସମ୍ପୃକ୍ତ ସୋର ଅଞ୍ଚଳର ନିରଞ୍ଜନ ମଲ୍ଲିକ ଓ ସଂଜୟ ମଲ୍ଲିକଙ୍କୁ ଅବକାରୀ ବିଭାଗ କରି ସେମାନଙ୍କ ବିରୋଧରେ ଅବକାରୀ ଆଇନ୍ ଅନୁଯାୟୀ ମାମଲା ରୁଜୁ ପରେ କୋର୍ଟ ·ଲାଣ କରିଛି ।
