ଜମନକିରା,୧୮/୧୦: ଜମନକିରା ବ୍ଲକ ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅଧିନସ୍ଥ ବଡରମା ରେଞ୍ଜ ସର୍ଡl ପଞ୍ଚାୟତ ଭୁତେଲ ସେକ୍ସନରେ ଗତ ୬ ତାରିଖରେ ଘଟିଯାଇଥିବା ଗୋଟିଏ ମାଇ ହାତୀ ଓ ଗୋଟିଏ ଦନ୍ତା ହାତୀ ମୃତ୍ୟକୁ ନେଇ ଗତକାଲି ବିଳମ୍ବିତ ରାତ୍ରୀରେ ବନବିଭାଗ ପକ୍ଷରୁ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତେବେ ଜାମିନ ନାମଞ୍ଜୁର ହେବାରୁ ତିନି ଜଣଙ୍କୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଦିଆଯାଇଛି। ସୂଚନା ଯୋଗ୍ୟ ଯେ,ହାତୀ ଦୁଇ ଙ୍କ ମୃତ୍ୟୁ ଘଟଣାକୁ ନେଇ ଏକ ଟାକ୍ସଫୋର୍ସ ଗଠନ କରାଯାଇଥିବା ବେଲେ ତଦନ୍ତ ପରେ ଜମିରେ ବିଷ ସିଞ୍ଚନ ଯୋଗୁଁ ହାତୀ ମୃତ୍ୟୁ ହୋଇଥିବା କାରଣ ନେଇ ବିଭାଗ ତିଲେଇମାଲ ଗ୍ରାମର ବୁଧ ବରୁଆ (୪୫) ବିର୍ସା ଭଗତ(୪୯) , କାଳିଆ ମାଝୀ(୫୦) ଙ୍କୁ କାଲି ସନ୍ଧ୍ୟାରେ କୁଚିଣ୍ଡା କୋର୍ଟକୁ ଚାଲାଣ କରିଥିବା ବେଳେ ରାତ୍ରୀ ୧ଟା ସମୟରେ ହାଜତକୁ ପଠା ଯାଇଥିବା ନେଇ ରେଞ୍ଜର ସୁବାସ ନାୟକ ପ୍ରକାଶ କରିଛନ୍ତି।
