Odisha news

ଉନ୍ମୋଚିତ ହେଲା ଇଂ.ସୁରେନ୍ଦ୍ର ନାଥ ଦାସଙ୍କ ପାଞ୍ଚଖଣ୍ଡ ନୂତନ ପୁସ୍ତକ

0

ବାଲେଶ୍ୱର-୧୮/୧୦: ବିଦୁ୍ୟତ୍ବିଭାଗର ଅବସରପ୍ରାପ୍ତ ଜେନେରାଲ୍ ମ୍ୟାନେଜର୍ ଇଂ.ସୁରେନ୍ଦ୍ର ନାଥ ଦାସଙ୍କ ଲିଖିତ ·ରିଖଣ୍ଡି ସାମାଜିକ ଉପନ୍ୟାସ ଓ ଏକଖଣ୍ଡ ସାମାଜିକ ଗଳ୍ପସଂକଳନର ଶୁଭ ଉନ୍ମୋଚନ ବାଲେଶ୍ୱର ସହରସ୍ଥ ଆତିଥ୍ୟ ସଭାଗୃହରେ ଏକ ବର୍ଣ୍ଣାଢ଼୍ୟ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଗତ ୧୭ତାରିଖ ତାରିଖ ଅନୁଷ୍ଠିତ ଏହି ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଅତିଥି ଭାବେ ଯୋଗଦେଇ ମାତ୍ର ୪ବର୍ଷ ମଧ୍ୟରେ ଇଂ.ଦାସ ଲେଖନୀ ଧରି ୨୪ଖଣ୍ଡ ପୁସ୍ତକ ରଚନା କରିବା ବିସ୍ମୟକର ବିଷୟ ବୋଲି କହିଥିଲେ । ଗଳ୍ପ, ଉପନ୍ୟାସ, କାବ୍ୟ-କବିତା, ଆତ୍ମଜୀବନୀ ଓ ପ୍ରବନ୍ଧ ଭଳି ବହୁ ବିଭାଗରେ ଇଂ.ଦାସ ନିଜର ଲେଖନୀ·ଳନାରେ ବ୍ରତୀ ରହି ଚଳିତ ୨୦୨୨ମସିହାରେ ୯ଖଣ୍ଡ ପୁସ୍ତକ ରଚନା କରିବା ବାସ୍ତବରେ ଏକ ପ୍ରଶଂସନୀୟ କାର୍ଯ୍ୟ ବୋଲି ବର୍ଣ୍ଣନା କରିଥିଲେ । ସୁବର୍ଣ୍ଣଶ୍ରୀ ପ୍ରକାଶିନୀ ଦ୍ୱାରା ପ୍ରକାଶିତ ଏହି ପୁସ୍ତକସମୂହର ଉନ୍ମୋଚନ ଉତ୍ସବରେ ସଭାପତିତ୍ୱ କରିଥିଲେ ବରିଷ୍ଠ ନାଗରିକ ୯୩ବର୍ଷୀୟ ଧୀରେନ୍ଦ୍ର ନାରାୟଣ ଦାସ । ମୁଖ୍ୟଅତିଥି ଭାବେ ସାହିତି୍ୟକ ଡ.ପ୍ରହ୍ଲାଦ ଚରଣ ମହାନ୍ତି ଯୋଗଦେଇ ପୁସ୍ତକଗୁଡ଼ିକୁ ଉନ୍ମୋଚନ କରିଥିଲେ । ଉନ୍ମୋଚିତ ପୁସ୍ତକ ମଧ୍ୟରେ ରହିଛି ଉପନ୍ୟାସ ରାଧା, ସାବିତ୍ରୀ, ଅହଲ୍ୟା, ମାତୃଶକ୍ତି ଓ ଗଳ୍ପସଂକଳନ ନାରୀ । ସମ୍ମାନନୀୟ ଅତିଥି ଭାବେ ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀ, ଡ.ଶିରୀଶ ଚନ୍ଦ୍ର ଜେନା, ବି.କେ.ମିନତୀ, ଇଂ.ଡ଼.ହୃଷୀକେଶ ସାହୁ ଏବଂ ପୁସ୍ତକର ପ୍ରକାଶକ ତଥା ସମୀକ୍ଷକ ଭାବେ କବି କାଳୀପଦ ପଣ୍ଡା ଯୋଗ ଦେଇ ପୁସ୍ତକଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଞ୍ଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସତ୍ୟେନ୍ଦ୍ରନାଥ ଦାସ ମଞ୍ଚ ଆହ୍ୱାନ କରିଥିଲା ବେଳେ ଲେଖକଙ୍କ ପତ୍ନୀ ସତ୍ୟଭାମା ଦାସ ନିଜର ଅନୁଭୂତି କହିଥିଲେ । ଆମେରିକାରୁ ଆଗତ ତାଙ୍କର ପୁତ୍ରବଧୂ ଇଂ.ଅମ୍ରିତା ପ୍ରଧାନଙ୍କ ଜନ୍ମତିଥି ହୋଇଥିବାରୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ଓ ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ । ଇଂ.ଦାସଙ୍କ ପୁତ୍ର ଇଂ.ସଞ୍ଜିତ୍ ଦାସ ଉପସ୍ଥିତ ରହିଥିବା ବେଳେ ସହରର ଶତାଧିକ ବ୍ୟକ୍ତି ଓ ବିଶିଷ୍ଟ ଲେଖକମାନେ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇଥିବା ବେଳେ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଅଭ୍ୟର୍ଥନା ଜଣାଇଥିଲେ ଲେଖକଙ୍କ ପକ୍ଷରୁ ସୁଶ୍ରୀ ହରପ୍ରିୟା ଓ ମାନସୀ

Nalco
Leave A Reply