ବାଲେଶ୍ୱର-୨୪/୦୮ : ଲଘୁ·ପ ଜନିତ ବର୍ଷା ଯୋଗୁଁ ସମଗ୍ର ଉତ୍ତର ବାଲେଶ୍ୱର ଅଞ୍ଚଳ ଏକପ୍ରକାର ଜଳାର୍ଣ୍ଣବ ହେବା ସହ ବନ୍ୟା ସୃଷ୍ଟି ହୋଇଛି । ବନ୍ୟା ପାଣି ମାଡ଼ିଥିବା ଅଞ୍ଚଳ ଗସ୍ତ କରି ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସେଠାରୁ ଫେରିବା ପରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏବାବଦରେ ସମୀକ୍ଷା କରିଛନ୍ତି । ଆଜି ବାଲେଶ୍ୱର ଜିଲ୍ଲା ବିଜେପିର ଏକ ପ୍ରତିନିଧି ମଣ୍ଡଳୀଙ୍କ ସହ ସାଂସଦ ଶ୍ରୀ ଷଡ଼ଙ୍ଗୀ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନେ୍ଧଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ବିପନ୍ନଙ୍କୁ କିଭଳି ଭାବେ ସୁଷମ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପଲିଥିନ୍, ଔଷଧ, ପିଇବା ପାଣି, ଗୋଖାଦ୍ୟ ସୁ·ରୁ ରୂପେ ଯୋଗାଇ ଦିଆଯାଇ ପାରିବ ସେବାବଦରେ ଆଲୋଚନା କରିଥିଲେ । ଯେଉଁମାନଙ୍କର ଘର ବନ୍ୟାପାଣିରେ ଭାଙ୍ଗିବା ସହ ·ଷଜମି କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ଚିହ୍ନଟ କରି ସହାୟତା ପ୍ରଦାନ କରିବା ସହ ଯେଉଁମାନେ ସରକାରୀ ଯାଗାକୁ ଅବରୋଧ କରିରଖିଛନ୍ତି ଓ ବେଆଇନ୍ ଚିଙ୍ଗୁଡ଼ି ଘେରି ନିର୍ମାଣ କରି ବର୍ଷା ପାଣି ନିଷ୍କାସନରେ ବାଧା ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଷଡ଼ଙ୍ଗୀ ଦାବି କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସିନେ୍ଧ ତୁରନ୍ତ ଏସବୁ ସମସ୍ୟାର ସମାଧାନ କରିବେ ବୋଲି କହିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ପ୍ରମୁଖ ସାମିଲ ଥିଲେ
