ନୀଳଗିରି-୨୪/୦୮ : ବାଲେଶ୍ୱର ଜିଲ୍ଲା ନୀଳଗିରି ଦେବଗିରି ପାହାଡ଼ରେ ବିରାଜମାନ ବାବା ପଞ୍ଚଲିଙ୍ଗେଶ୍ୱରଙ୍କ ଶୈବପୀଠରେ ଏକ ଅଘଟଣ ଘଟିଛ । ଜଣେ ବଙ୍ଗୀୟ ପର୍ଯ୍ୟଟକ ଶିଢୀରୁ ଖସି ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ପଶ୍ଚିମବଂଗ ରାଜ୍ୟ ଚଣ୍ଡିପୁର ଜିଲ୍ଲାରୁ ୬୦ରୁ ଉଦ୍ଧ୍ୱର୍ ପର୍ଯ୍ୟଟକ ବାବାପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ ନିମନ୍ତେ ଆସିଥିଲେ । ବାବାଙ୍କ ଦର୍ଶନ ନିମନ୍ତେ ଯାଇଥିବା ଶିଢୀରେ ଶିଉଳି ଲାଗିଥିବାରୁ ଦର୍ଶନ ସାରି ଫେରିବା ବେଳେ ଗୁଲାପାଦୁ ଦାସଙ୍କ ୭ବର୍ଷର ଝିଅ ସେଫାଳି ଶିଉଳି ଯୋଗୁଁ ତଳକୁ ଖସିଆସିଥିଲେ । ତାଙ୍କର ମୁଣ୍ଡ , ଗୋଡ଼, ହାତ ଏବଂ ଅଣ୍ଟାରେ ଆଘାତ ଲାଗିଛି । ପରିବାର ଲୋକେ ତାଙ୍କୁ ପ୍ରାଥମିକ ଚିକିତ୍ସା ନିମନ୍ତେ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ବର୍ଷା ଦିନରେ ପାହାଡ଼ର ପାଉଚରେ ଶିଉଳି ଲାଗୁଥିବାରୁ ଯାତ୍ରୀମାନଙ୍କ ଯାତାୟାତ ନିମନ୍ତେ ବିପଦ ସୃଷ୍ଟି ହେଉଛି । ଏହି ଘଟଣାକୁ ଗୁରୁତର ସହ ନିଆଯାଇ ପ୍ରତିକାର ନିମନ୍ତେ ସାଧାରଣରେ ମତ ପ୍ରକାଶ ପାଉଛି
