Odisha news

ଭୀମପୁର ହାଇସ୍କୁଲରେ ଆୟୁଷ ସ୍ୱାସ୍ଥ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ

0

ବାଲେଶ୍ୱର-୨୪/୦୮ : – ଆୟୁଷ ମନ୍ତ୍ରଣାଳୟ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଭୀମପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ହୋମିଓପ୍ୟାଥିକ ଚିକିତ୍ସାଧିକାରୀ ଡାକ୍ତର ପ୍ରେମଲତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଜିଲ୍ଲା ଆୟୁରର୍ବେଦିକ ଚିକିତ୍ସାଧିକାରୀ ଅଜୟ କୁମାର ଷେଣ୍ଢ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ । ଡାକ୍ତର ପ୍ରେମଲତା ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ । ଯୋଗଶିକ୍ଷକ ମନୋଜ କୁମାର ଦେଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ଯୋଗଶିକ୍ଷା ପ୍ରଦାଦ କରାଯାଇଥିଲା । ଡାକ୍ତର ସ୍ୱରୂପ ପଟ୍ଟନାୟକ, ଡାକ୍ତର ଶୁଭ୍ରାଂଶୁ ଶେଖର ସେଠୀ, ଡାକ୍ତର ତପସ୍ୱିନୀ ମିଶ୍ର, ଡାକ୍ତର ଜାଗ୍ରୁତି ଦାସ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ବିତରଣ କରିଥିଲେ । ଅତିଥିମାନଙ୍କ ଦ୍ୱାରା ଔଷଧିୟ ·ରା ରୋପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ହିମାଂଶୁ ଶେଖର ଦାସ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମ·ରୀମାନେ ସହଯୋଗ କରିଥିଲେ ।

Nalco
Leave A Reply