Odisha news

କଣାସ:୧୬ପଞ୍ଚାୟତର ୭୮ଗାଁ ୪୮ ହଜାର ୪୯୨ ବନ୍ୟା ପ୍ରଭାବିତଙ୍କୁ ପ୍ରଶାସନ ପକ୍ଷରୁ ସହାୟତା

0

କଣାସ ୨୪/୦୮/୨୦୨୨ : କଣାସ ବ୍ଲକରେ ୧୬ ପଞ୍ଚାୟତର ୭୮ଗାଁ ପ୍ରଭାବିତ  ହୋଇଥିବା ବେଳେ ୪୮ହଜାର ୪୯୨ ବନ୍ୟା ବିପନ୍ନଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇ ଦିଆ ଯାଇଛି ।ଯଥା ଚୁଡ଼ା ୮୨୮ କୁଇଁଣ୍ଟାଲ ୬୪କେଜି ,ଗୁଡ଼ ୮୦ କୁଇଁଣ୍ଟାଲ ୯୩କେଜି,ପାଣି ବୋତଲ ୬୦ ହଜାର ୫୦୦,ପଲିଥିନ ୭୧୫୬ରୋଲ,ଗୋ ଖାଦ୍ୟ ୨୫ ମେଟ୍ରିକ୍ଟ ଟନ୍  ଦିଆଯାଇଥିବା ବେଳେ ଯାତାୟତ ପାଇଁ ୪୭ ଟି ଡଙ୍ଗା ଯୋଗାଇ ଦିଆଯାଇଛି ।

୧୪ଟି ମେଡିକାଲ୍ ଟିମ୍ ଚିକିତ୍ସା ଚଳାଇଛନ୍ତି  । ଦୋକନ୍ଦା , ବଡ଼ାସ,ଗଡବଳଭଦ୍ରପୁର,ଗଡ ସାନପୁଟ,ଚୁପୁରିଙ୍ଗ,ବକୁ,ସହୁପଦା ,କାଦୁଆ ଓ ତ୍ରିଲୋଚନପୁର ଆଦି ପଞ୍ଚାୟତର ୩୦ ହଜାର ୭୭୫ବନ୍ୟା ବିପନ୍ନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। କଣ୍ଟି କାଜ ପାଣି ଦୟା ନଦୀର ପଶ୍ଚିମ ଭାଗରେ ପଶିଆସିବାରୁ ରାସ୍ତା ଘାଟ ଓ ବିଭିନ୍ନ ଗାଁ ଜଳ ମଗ୍ନ ଯୋଗୁ ଲୋକମାନେ ନାହିଁ ନଥିବା ଅସୁବଧାର ସମ୍ମୁଖିନ ହେଉଛନ୍ତି ।

୨୮ଗୋଟି ପଞ୍ଚାୟତର ସମସ୍ତ ଗ୍ରାମ ଗୁଡ଼ିକର ଅବସ୍ଥା ଉପରେ ମାନ୍ୟବର ଜିଲ୍ଲାପାଳ ଓ ସ୍ଥାନୀୟ ବିଡ଼ିଓ ଲୋଚନ ଦାସ ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ ଓ ଗଡ଼ିଶାଗୋଦା ଥାନା ଅଧିକାରୀ ସଞ୍ଜୟ କୁମାର ନାୟକ,କଣାସ ଥାନା ଅଧିକାରୀ ସୁଜିତ କୁମାର ଦାସ ବନ୍ୟା ସ୍ଥିତି ଉପରେ ନଜର ରଖିଛନ୍ତି ।ବନ୍ୟା ସମୟରେ  କିଛି ଖଳ ପ୍ରକୃତିର ଲୋକ ବିଭିନ୍ନ ଆଳ ଦେଖାଇ ରିଲିଫ୍ ବଣ୍ଟନ ଉପରେ ରାଜନୀତି କରୁଥିବାରୁ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।କିଛି ବୁଦ୍ଧିଜୀବୀ ଓ ରାଜନୈତିକ ବେକ୍ତି ବିଶେଷ ୨୮ ବନ୍ୟା ପ୍ରଭାବିତ ହୋଇଥିବାରୁ ଚାଷ ଓ ଘର ଦ୍ବାରା ନଷ୍ଟ ହୋଇଥିବା ଯୋଗୁ ସରକାରଙ୍କୁ ବନ୍ୟା ଛାଡ କରିବା ପାଇଁ ଦାବି ଜଣାଇଛନ୍ତି ।

Nalco
Leave A Reply