Odisha news

ବାଳକାଟି ବୋମା ବିସ୍ଫୋରଣ : ପୁଲିସର ତଦନ୍ତ ଆରମ୍ଭ

0

ଭୁବନେଶ୍ୱର: ୧୯-୮-୨୦ : ରାଜଧାନୀରେ ପୁଣି ମାତିଲେ ଅପରାଧୀ ଗ୍ୟାଙ୍ଗ୍‌ । ମଙ୍ଗଳବାର ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ନିକଟସ୍ଥ ବାଳକାଟି ଫାଣ୍ଡି ପୁରୀ ମୁଖ୍ୟ କେନାଲ- ଝିଣ୍ଟ ଶାସନ ରାସ୍ତା ବାଳକାଟି ସାଇଫ୍‌ନ ନିକଟରେ ଥିବା ଏକ ଘର ଉପରେ ବୋମା ମାଡ କରିବା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ସୋଭାଗ୍ୟ ବଶତଃ ବୋମାମାଡରେ କୋଣସି ବ୍ୟକ୍ତି ମୃତାହତ ହୋଇନଥିବା ଜଣାପଡିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଅଞ୍ଚଳବାସୀ ସେଠାରେ ପହଚିଂବା ବେଳକୁ ଅପରାଧୀମାନେ ଚମ୍ପଟ ମାରିଥିଲେ ।

ଖବର ପାଇ ଭୁବନେଶ୍ୱର ବାଲିଅନ୍ତା ଥାନାଧିକାରୀ ପ୍ରଦିପ କୁମାର ରାଉତ୍, ବାଳକାଟି ଫାଣ୍ଡି ଅଧିକାରୀ ମୁମ୍ତାଜ୍ ଅଲ୍ଲି ଖାନ୍ ପ୍ରମୁଖ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ଅପରପକ୍ଷରେ ଘର ମାଲିକ ବାଳକାଟି ଦୋପଟିସାହିର ପବିତ୍ର ମୋହନ ସାହୁ ସ୍ଥାନୀୟ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ସାହୁଙ୍କ ଅଭିଯୋଗ ଅନୁସାରେ ସାଇଫନ୍ ନିକଟରେ ଥିବା ତାଙ୍କ ଟ୍ରନ୍ସପୋର୍ଟ୍ ଅଫିସ୍ ଘରେ ୪/୫ ଜଣ ମିଶି ଭୋଜି କରୁଥିଲେ ।

ରାତିପ୍ରାୟ ୧୦ଟାରେ ୨ ଜଣ ଯୁବକ ଏକ ନାଲି ରଙ୍ଗର ବାଇକ୍ରେ ଆସି ୩ଟା ବୋମା ଘର ଉପରକୁ ପକାଇ ପଳାଇଥିଲେ । ଫିଙ୍ଗିଥିବା ବୋମା ମଧ୍ୟରୁ ୨ଟା ଫୁଟିଥିବା ବେଳେ ଆଉ ଗୋଟିଏ ନଫୁଟି ଜୀବିତ ଅବସ୍ଥାରେ ନିକଟରେ ଥିବା ଏକ ଗଛ ମୂଳେ ରହିଯାଇଥିଲା । ଅପରପକ୍ଷରେ ଏହି ଘଟଣାରେ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ କାହାରିକୁ ଗିରଫ କରିନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଯେ, କିଏ ଓ କାହିଁକି ଏଭଳି କାଣ୍ଡ ଭିଆଇଲେ । ବୋମାମାଡ କରିବା ପଛରେ ପୂର୍ବ ଶତ୍ରୁତା ନାଁ ଅନ୍ୟ କୋ÷ଣସି କାରଣ ରହିଛି ତାର ଖୋଳତାଡ ଆରମ୍ଭ କରିଛି କମିଶନରେଟ୍‌ ପୁଲିସ । ଘଟଣା ସ୍ଥଳରେ ସିସିଫୁଟେଜ ନଥିବାରୁ ପୁଲିସ ଅପରାଧୀମାନଙ୍କ ଟେର୍‌ ପାଇବା ମୁସ୍କିଲ ହୋଇପାରେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Leave A Reply