ବୈଶିଙ୍ଗା–୧୦/୧–ବୈଶିଙ୍ଗା ଡାକ୍ତରଖାନା ଅଧୀନରେ କୋଭିଡ ଟୀକାକରଣ ବ୍ୟାପକ ଭାବରେ ଦିଆଯାଉଥିବାରୁ ଡାକ୍ତରଖାନା ସୁତ୍ରରୁ ଜଣାପଡିଛି। ଗତ ଜାନୁଆରୀ ୫ ତାରିଖ ଠାରୁ କିଶୋର ଟୀକା କରଣ ବ୍ୟବସ୍ଥାରେ ୧୫ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ କିଶୋର କିଶୋରୀ ମାନଙ୍କୁ ମହାତ୍ମା ଗାନ୍ଧୀ ମହାବିଦ୍ୟାଳୟ, ପ୍ରିୟାଁଶି ରାଧେ ଆବାସିକ ବିଦ୍ୟାଳୟ ଓ ଅଂଳା ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ପୂର୍ବରୁ ଟୀକା କରଣ କରାଯାଇଥିବା ବେଳେ ଆଜି ମୁନିଲାଲ ହାଇସ୍କୁଲରେ ୯୩ ଜଣ କିଶୋର କିଶୋରୀ ମାନଙ୍କୁ ଏହି ଟୀକା ପ୍ରଦାନ କରାଯାଇଥିବାର ଜଣାଯାଇଛି। ଆଜି ଠାରୁ ବୈଶିଙ୍ଗା ଡାକ୍ତରଖାନାରେ ବୁଷ୍ଟର ଡୋଜ ଆରମ୍ଭ ହୋଇଥିବା ବେଳେ ୩୫ ଜଣ ବରିଷ୍ଠ ନାଗରିକଙ୍କୁ କୋଭିସିଲ୍ଡ ଦିଆ ଯାଇଛି। ସେହି ପରି ଦ୍ୱିତୀୟ ଡୋଜ ଏବଂ କିଶୋର ଟୀକା କରଣ ଭାବେ ମୋଟ ୨୩୮ ଜଣଙ୍କୁ ଦିଆଯାଇଥିବାର ଜଣାଯାଇଛି। ବରିଷ୍ଠ ନାଗରିକଙ୍କ ମଧ୍ୟରେ ବୈଶିଙ୍ଗା ମିଡ଼ିଆ ସେଣ୍ଟରର ସଞ୍ଜୟ କୁମାର ମିଶ୍ର, ସୀତାନାଥ ବେହେରା, ରବିନାରାୟଣ ପଣ୍ଡା, ବିମଳେନ୍ଦୁ ମହାପାତ୍ର ତଥା ଡାକ୍ତର ଅମିତ ନାୟକ, ପଦ୍ମଲୋଚନ ଦାସ, ଲକ୍ଷ୍ମୀଧର ଦଣ୍ଡପାଟ ଓ ଲକ୍ଷ୍ମୀ ପ୍ରୀୟା ପଣ୍ଡାଙ୍କ ସମେତ ୩୫ ଜଣଙ୍କୁ ବୁଷ୍ଟର ଡୋଜ ଦିଆ ଯାଇଛି।
ସେହିପରି ବୈଶିଙ୍ଗା ଡାକ୍ତରଖାନା ଅଞ୍ଚଳରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ୭୦ ପ୍ରତିଶତ ଟୀକା କରଣ କୋଭିଡ଼ ପଜିଟିଭ ସଂଖ୍ୟା ବଢି ଚାଲିଥିବାର ଜଣା ଯାଇଛି। ଗତ ଏକ ସପ୍ତାହ ମଧ୍ୟରେ ବୈଶିଙ୍ଗା ସ୍ଥିତ ଆଣ୍ଟିଜେନ ଟେଷ୍ଟ ସେଣ୍ଟରରେ ଦୈନିକ ହାରାହାରି ଚିହ୍ନଟ ହେଉଥିବା ବେଳେ ଆଜି ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣା ଯାଇଛି। ସେଥିପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।