Odisha news

ଆଜି ହେଲା ବୈଶାଖ ମାସର ପ୍ରଥମ ଶନିବାର : କଦାପି ଘରକୁ ଆଣନ୍ତୁ ନାହିଁ  ଏହିସବୁ ଜିନିଷ  ନଚେତ ରୁଷ୍ଟ ହୋଇଯିବେ ଶନିଦେବ

0

ବୈଶାଖ ମାସ ଗୋଟିଏ ଧର୍ମର ମାସ, ଏହି ମାସରେ ଭଗବାନ ବିଷ୍ଣୁଙ୍କୁ ବିଶେଷ ପୂଜାର୍ଚନା କରାଯାଇଥାଏ l ସେହିଭଳି ବୈଶାଖ ମାସ ଶନିବାର ରେ ଶନି ଦେବ ଙ୍କୁ ପୂଜାର୍ଚନା କରିବାର ବିଶେଷ ମହତ୍ୱ ରହିଛି  l ଶାସ୍ତ୍ରରେ ବୈଶାଖ ମାସରେ ଶନି ବାର ଦିନ ଶନି ଙ୍କୁ ପୂଜା କରିବାର ବିଶେଷ ମହତ୍ୱ ରହିଛି l  ଶନି ଦେବଙ୍କୁ କର୍ମଫଳ ଦାତା ଓ ଦଣ୍ଡ ଅଧିକାରୀ ବୋଲି କୁହାଯାଇ ଥାଏ, କାହିଁକି ନା ଶନି ଦେବ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି ଏବଂ ଦଣ୍ଡ ମଧ୍ୟ ଦିଅନ୍ତି l ଶନିଦେବ ଙ୍କ ଶୁଭ ଫଳ ଦ୍ୱାରା ଜୀବନ ସ୍ୱର୍ଗ ହୋଇଯାଇ ଥାଏ l ଏବଂ ବ୍ୟକ୍ତି ସମସ୍ତ ସୁଖ କୁ ଭୋଗ କରିଥାଏ l

– ଶନିବାର ହେଉଛି ଶନି ଦେବଙ୍କ ପ୍ରିୟ ବାର, ତେଣୁ ଏହିଦିନ ଏଭଳି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଶନି ଦେବଙ୍କୁ ଅସନ୍ତୁଷ୍ଟ କରିବ l ଶାସ୍ତ୍ର ରେ ସେଭଳି କିଛି କାର୍ଯ୍ୟ ବିଷୟରେ କୁହାଯାଇଛି ଯାହାକୁ ବୈଶାଖ ମାସ ଶନିବାର ଦିନ କରିବା ଠିକ ନୁହେଁ, ଏହିସବୁ କାର୍ଯ୍ୟ କୁ କରିବା ଦ୍ୱାରା ଆପଣ ଶନିଦେବ ଙ୍କ କ୍ରୋଧର ଶିକାର ହେବେ l

– ବୈଶାଖ ମାସ ଶନିବାର ଦିନ କେଶ ଓ ନଖ କାଟିବା ଉଚିତ ନୁହେଁ, ଏପରି କରିବା ଦ୍ୱାରା ଜୀବନ ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ ଏବଂ କର୍ମ ରେ ଶନି ଦୋଷ ଲାଗିଥାଏ l

– ଲୁହl ର ସମ୍ବନ୍ଧ ଶନି ଙ୍କ ସହିତ ରହିଛି, ଏମିତିରେ ଶନିବାର ଦିନ କୌଣସି ଲୁହା ଜିନିଷ କିଣିବା ଉଚିତ ନୁହେ, ଏପରି କରିବା ଦ୍ୱାରା ଘରେ କଳହ ଓ କ୍ଳେଶ ଲାଗି ରହିଥାଏ l ଏବଂ ପାରିବାରିକ ସମ୍ପର୍କ ରେ ମନୋମାଳିନ୍ୟ ଘଟିଥାଏ l ଯଦି ଭୁଲ ରେ ସୁଦ୍ଧା ଆପଣ ଶନିବାର ଦିନ ଲୁହା ଜିନିଷ କିଣି ନେଉଛନ୍ତି ତେବେ ଏହାକୁ ଘର ବାହାରେ ରଖନ୍ତୁ l ନଚେତ ଅସନ୍ତୁଷ୍ଟ ହେବେ ଶନି l

– ବୈଶାଖ ମାସ ଶନିବାର ଦିନ କଦାପି ଲୁଣ କିଣନ୍ତୁ ନାହିଁ, ଏପରି କରିବା ଦ୍ୱାରା ବ୍ୟକ୍ତି ଉପରେ ଋଣ ଭାର ବୃଦ୍ଧି ହୋଇଥାଏ l ଏବଂ ଆର୍ଥିକ ଅସୁବିଧାର ସମୁଖୀନ ହୋଇଥାଏ l ଏହାଛଡା ଶନିବାର ଦିନ ଲୁଣ କିଣିବା ଦ୍ୱାରା ଶନି ଦୋଷ ମଧ୍ୟ ବୃଦ୍ଧି ପାଇଥାଏ l

– ଶନିବାର ଦିନ ମାଂସାହାର ଭୋଜନ ସେବନ କରିବା ଅଶୁଭ ଅଟେ, ଏବଂ ମଦୀରାପାନ ମଧ୍ୟ ବର୍ଜନୀୟ ଅଟେ l ଏପରି ଯଦି ଆପଣ କଲେ ତେବେ ଶନିଦେବ ଦଣ୍ଡ ବିଧାନ କରନ୍ତି l

– ବିବାହ ପରେ ଯେପପରି ମହିଳା ମାନେ ଶ୍ୱଶୁର ଘର ଓ ବାପ ଘରକୁ ଯିବାର ଶୁଭ ଅଶୁଭ ବାର ରହିଥାଏ, ସେହିଭଳି ପୁରୁଷ ମାନଙ୍କ ପାଇଁ ମଧ୍ୟ କିଛିଟା ନିୟମ ରହିଥାଏ l  ଶନିବାର ଦିନ ପୁରୁଷ ମାନେ ନିଜ ଶ୍ୱଶୁର ଘରକୁ ଯିବା ଉଚିତ ନୁହେଁ l ଏପରି କରିବା ଦ୍ୱାରା ଶ୍ୱଶୁର ଘର ଲୋକଙ୍କ ସହିତ ସମ୍ବନ୍ଧ ଖରାପ ହୋଇଥାଏ l

Leave A Reply