ସୂଚନାଯୋଗ୍ୟ, ଟିଡିପି-ଜନସେନା-ବିଜେପି ମେଣ୍ଟ ଆସନ ବୁଝାମଣା ଚୁଡାନ୍ତ ପାଇଁ ବୈଜୟନ୍ତ ପଣ୍ଡା ଏବଂ ଗଜେନ୍ଦ୍ର ସିଂହ ଶେଖାୱତ ଗତ କାଲିଠାରୁ ଦୁଇ ଦିନିଆ ଆନ୍ଧ୍ର ପ୍ରଦେଶ ଗସ୍ତରେ ଅଛନ୍ତି। ଗତକାଲି ଜନସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣଙ୍କ ସହିତ ପ୍ରଥମ ପଯ୍ୟାୟ ଆଲୋଚନା ହେବା ପରେ ଆଜି ଗସ୍ତର ଦ୍ବିତୀୟ ଦିନରେ ବିଜୟୱାଡାର ପ୍ରସିଦ୍ଧ ମା କନକ ଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ ତାଙ୍କ ବାସ ଭବନରେ ସାକ୍ଷାତ କରି ଉଭୟ ନେତାଙ୍କ ସହ ଆସନ ବୁଝାମଣା ସମ୍ପର୍କିତ ବିସ୍ତୃତ ଆଲୋଚନା କରିଛନ୍ତି। ଆଜିର ବୈଠକ ପରେ ଆସନ ବୁଝାମଣାର ଚୂଡାନ୍ତ ତାଲିକା କେନ୍ଦ୍ର ନେତୃବୃନ୍ଦଙ୍କୁ ଦିଆଯିବ ଓ ଖୁବଶୀଘ୍ର ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।
