Odisha news

କାର୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତୁ୍ୟ, ଉତ୍ତ୍ୟକ୍ତ ଲୋକଙ୍କ ପକ୍ଷରୁ ରାସ୍ତାରୋକ

0

ତିହିଡି, ୧୧/୦୩(ଯଦୁମଣି ପାଣିଗ୍ରାହୀ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ନନ୍ଦପୁର ବଜାରରେ ଆଜି ସକାଳେ କାର ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କର ମୃତୁ୍ୟ ଘଟିଛି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ଯାନବାହନ ଚଳାଚଳ ପ୍ରାୟ ୨ଘଣ୍ଟା ଧରି ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚôଲୋକଙ୍କୁ ବୁଝାସୁଝା କରିବା ସହ ମୃତା ଛାତ୍ରୀଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ପ୍ରକାଶ ଯେ, ତିହିଡି ଥାନା ଅନ୍ତର୍ଗତ ଅଚକ ପଞ୍ଚାୟତ ଅଧିନ ଖପରାବାଙ୍କ ଗାଁର ରମାକାନ୍ତ ନାୟକଙ୍କ ଝିଅ ପ୍ରଭାସିନୀ ନାୟକ ସ୍ଥାନୀୟ ତାଳପଦା ପଞ୍ଚାୟତସ୍ଥିତ ମାଣିକଲାଲ ମହିଳା କଲେଜର ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀ ଅଟନ୍ତି । ଆଜି ସକାଳୁ ପ୍ରଭାସିନୀ କଲେଜ ଯାଉଥିବା ବେଳେ ନନ୍ଦପୁର ବଜାରରେ ଭଦ୍ରକ ଆଡୁ ଚାନ୍ଦବାଲି ଅଭିମୁଖେ ଆସୁଥିବା ଏକ ଦ୍ରୁତଗାମୀ କାର ତାଙ୍କୁ ଧକ୍କା ଦେଇଥିଲା । ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ତିହିଡି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ନନ୍ଦପୁର ବଜାରରେ ତିବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ତିହିଡି ଆଇଆଇସି ପ୍ରସନ୍ନ କୁମାର ନାୟକ ସଦଳବଳେ ଘଟଣା ସ୍ଥଳରେ ପହଁଞ୍ଚô ଦୁର୍ଘଟଣା ଘଟାଇଥିବା କାରକୁ ଜବତ୍ କରିବା ସହିତ ·ଳକକୁ ଥାନାକୁ ନେଇ ଯାଇଥିଲେ । ତେବେ ମୃତାଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହିତ ନନ୍ଦପୁର ବଜାରର ଉଭୟ ପାଶ୍ୱର୍ରେ ରାସ୍ତାରେ ଷ୍ଟପ ବ୍ରେକର ସ୍ଥାପନ କରାଯିବାକୁ ଲୋକେ ଦାବି କରିଥିଲେ । ପରେ ତିହିଡି ତହସିଲଦାର ଓ ବିଡିଓ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡ୍କ୍ରସ ପାଣ୍ଠିରୁ ତକ୍ରାଳ ଭିତ୍ତିରେ ୨୫ ହଜାର ଟଙ୍କା ପ୍ରଦାନ କରାଯିବା ସହିତ ବଜାରର ଉଭୟ ପାଶ୍ୱର୍ରେ ଦୁଇଟି ଷ୍ଟପ ବ୍ରେକର ସ୍ଥାପନ କରିବା ନିମନ୍ତେ ଜିଲ୍ଲପାଳଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଦୁର୍ଘଟଣାକୁ ନେଇ ପୋଲିସ ଏକ ମାମଲା ୯୯/୨୪, ଦଫା ୨୭୯, ୩୦୪(ଏ) ରୁଜୁ କରି ·ଳକକୁ ଗିରଫ୍ କରିଛି ।

Govt
Leave A Reply