Odisha news

ବଡଚଣାରେ ବିଜେଡିର ଦଳୀୟ ପ୍ରର୍ଥୀ ଘୋଷଣାପରେ ଅସନ୍ତୋଷ , ନିଷ୍ପତ୍ତିର ପୁନର୍ବିଚାର ଦାବି ଯୋର ଧରିଲା : ଅଣକାରେ ବିଧାୟକ ସମର୍ଥକଙ୍କ ମେଳି

0
ଚଣ୍ଡିଖୋଲ :  ରାଜନୈତିକ ଦୃଷ୍ଟିକୋଣରୁ ଯାଜପୁର ଜିଲ୍ଲାର ସବୁଠାରୁ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ ବଡ଼ଚଣାରେ ବିଜେଡି ପକ୍ଷରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଶନିବାର ଦିନ ଦଳୀୟ ପ୍ରାର୍ଥୀ ଘୋଷଣା କରିଛି! ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା ପରେ ଏବେ ବଡ଼ଚଣା ରାଜନୈତିକ ମହଲରେ ଚର୍ଚ୍ଚା ସରଗରମ ହେବାରେ ଲାଗିଛି ! ଏଠାରୁ ଛ’ ଛ’ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଜନସାଧାରଣଙ୍କ ଅତି ପ୍ରିୟପାତ୍ର ହେବାସହ ବଡଚଣାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଧାୟକ ଅମରପ୍ରସାଦ ଶତପଥୀଙ୍କୁ ବାଦ ଦେଇ ଦଳ ଏଠାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଥିବାରୁ ତାଙ୍କ ସମର୍ଥକ ମାନଙ୍କ ମଧ୍ୟରେ ଏନେଇ ତିବ୍ର ଅସନ୍ତୋଷ ଦେଖାଦେଇଛି ! ଶ୍ରୀ ଶତପଥୀଙ୍କ ନିଜ ପଞ୍ଚାୟତ ଅଣକାରେ ତାଙ୍କ ସମର୍ଥକ ଓ ଅଞ୍ଚଳବାସୀ ଏକାଠି ହୋଇ ଅସନ୍ତୋଷ ବ୍ୟକ୍ତ କରିବାସହ ବଡ଼ଚଣାରେ ବିଜେଡି ପ୍ରାର୍ଥୀତ୍ବ ଘୋଷଣାର ପୁନର୍ବିଚାର କରାଯାଇ ବିଧାୟକ ଅମରବାବୁଙ୍କୁ ଏଠାରୁ ଦଳୀୟ ପ୍ରାର୍ଥୀ କରାଯାଉ ବୋଲି ଦାବି କରିଛନ୍ତି! ବିଧାୟକ ଶ୍ରୀ ଶତପଥୀ ଏଠାରୁ କ୍ରମାଗତ ବିଜୟୀ ହୋଇ ବଡ଼ଚଣାବାସୀଙ୍କ ସେବାରେ ନିଜକୁ ସାମିଲ କରି ସଭିଙ୍କ ଅତି ପ୍ରିୟପାତ୍ର ଥିବାବେଳେ ଦଳ ତାଙ୍କୁ ପ୍ରାର୍ଥୀ ନକରିବା ଉଚିତ ହୋଇ ନାହିଁ ବୋଲି ସମବେତ କର୍ମୀମାନେ କ୍ଷୋଭ ବ୍ୟକ୍ତକରି ଏହି ପୁନଃବିଚାର କରିବାକୁ ଦଳ ସୁପ୍ରିମୋଙ୍କ ନିକଟରେ ଦାବି କରିଥିଲେ! ଏହି ଦାବି ଏନେଇ ସେମାନେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଦାବିପତ୍ର ପଠାଇବେ ବୋଲି ସୂଚନା ଦେଇଛନ୍ତି ! ଅଣକା ପଞ୍ଚାୟତ ବିଜେଡି ସଭାପତି କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ପୂର୍ବତନ ସରପଞ୍ଚ ତଥା ଜିଲ୍ଲା ଯୁବ ବିଜେଡି ଉପ ସଭାପତି ସମରେନ୍ଦ୍ର ମହାପାତ୍ର,ଜୋନ ସମ୍ପାଦକ ବ୍ରଜବନ୍ଧୁ ନାୟକ,ପଞ୍ଚାୟତ ଯୁବ ବିଜେଡି ସଭାପତି ନିରଞ୍ଜନ ସ୍ୱାଇଁ,ପଞ୍ଚାୟତ ଛାତ୍ର ବିଜେଡି ସଭାପତି ଦୀପକ କୁମାର ବେହେରା,ବ୍ଲକ ଛାତ୍ର ବିଜେଡି ଉପ ସଭାପତି ବିଶ୍ୱଜିତ ଜେନା, ଜିଲ୍ଲା ଛାତ୍ର ବିଜେଡି ସମ୍ପାଦକ ପ୍ରଦୀପ କୁମାର ସାହୁ, ତୁଷାର କାନ୍ତ ଓଝା, ସ୍ୱରୂପ ମିଶ୍ର, ସର୍ବେଶ୍ୱର ମହାପାତ୍ର,ସନ୍ତୋଷ କୁମାର ସାହୁ, ବାନାମ୍ବର ଲେଙ୍କା, ଦିଲ୍ଲୀପ କୁମାର ସାହୁ, ମାୟାଧର ନାୟକ, ସ୍ୱାଧୀନ ପାତ୍ର, ସତ୍ୟଜିତ ମହାନ୍ତି, ସନ୍ତୋଷ ଦାସ, ବାବାଜୀ ସେଠୀ ଓ ଇସାନ ଚନ୍ଦ୍ର ସାମଲ ପ୍ରମୁଖ ଏହି ସଭାରେ ଯୋଗଦେଇ ପ୍ରାର୍ଥୀତ୍ବ ପରିବର୍ତନ ପାଇଁ ଦାବି କରିଥିଲେ ! ଏଥିସହ ବଡଚଣାର ଭୁଷଣ୍ଡପୁର,ଦର୍ପଣ,ସୁଙ୍ଗୁଡା,ଚଣ୍ଡିତଳ ସହ ଅନେକ ସ୍ଥାନରେ ବିଧାୟକଙ୍କ ସମର୍ଥକଙ୍କ ପକ୍ଷରୁ ବଡଚଣାରେ ପ୍ରାର୍ଥୀତ୍ୱ ପୁନର୍ବିଚାର ପାଇଁ ଦାବି ହୋଇଛି! ଗୋଟିଏ ପଟେ ବଡଚଣାରେ ପ୍ରାର୍ଥୀତ୍ୱ ପୁନର୍ବିଚାର ପାଇଁ ଦାବି ଯୋର ଧରିଥିଲା ବେଳେ ଅପରପକ୍ଷରେ ଭୁବନେଶ୍ୱର ସ୍ଥିତ ଶଂଖ ଭବନରେ ଏଠିକାର ଟିକେଟ ଆଶାୟୀ ଥିବା ବିଜେଡିର ତିନିଗୋଷ୍ଠୀ ନେତୃମଣ୍ଡଳୀଙ୍କ ବୈଠକ ବସି ଦଳୀୟ ପ୍ରାର୍ଥୀ ବର୍ଷାଙ୍କ ପାଇଁ ସମର୍ଥନ ଯୋଗାଡ କରାଯାଇଛି!ଏହି ବୈଠକରେ ଜନ୍ମେଜୟ ଲେଙ୍କା,କ୍ୟାପଟେନ ରାଜନାରାୟଣ ମହାପାତ୍ରଙ୍କ ସହ ବଡଚଣା ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲ,ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ଗଣେଶ୍ୱର ବରାଳ, ପ୍ରାକ୍ତନ ବ୍ଳକ ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ ଓ ବଡଚଣାର ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିବାବେଳେ ବିଧାୟକ ଅମରପ୍ରସାଦ ଶତପଥୀ ଅନୁପସ୍ଥିତ ଥିବା ଜଣାପଡିଛି!
Leave A Reply