ପରୀକ୍ଷା କେନ୍ଦ୍ରରେ ଘଟିଥିବା ବିଭ୍ରାଟ : ବଡମ୍ବାର ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ
ବଡମ୍ବା – ତା ୨୧/୦୨ /୨୦୨୪ : ସାରା ଓଡ଼ିଶାରେ ଆରମ୍ଭ ହୋଇଯାଇଛି ମାଟ୍ରିକ ପରୀକ୍ଷା। କୌଣସି ପ୍ରକାର ଅନିମିୟତତାକୁ ପ୍ରତି ମୁହୂର୍ତ୍ତରେ ଯାଞ୍ଚ କରୁଛି ଏ. ଆଇ. କ୍ୟାମେରା ।ବଡମ୍ବାର କିଛି ପରୀକ୍ଷା କେନ୍ଦ୍ରରେ ଘଟିଥିବା ବିଭ୍ରାଟ ଖବର ବୋର୍ଡ ତରଫରୁ ପାଇବା ପରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣଚନ୍ଦ୍ର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସ୍ବତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ବୈଠକରେ ୯ଟି ପରୀକ୍ଷା କେନ୍ଦ୍ରର ସମସ୍ତ ସୁପରିଟେଣ୍ଡେଣ୍ଟ, ଅବଜରଭର, ଡେସପାଚ୍ ଟିମ୍ ମେମ୍ବର ମାନଙ୍କୁ ପରୀକ୍ଷା ପରିଚାଳନାକୁ ସଂପୂର୍ଣ୍ଣ ସ୍ବଚ୍ଛ ଓ ତୃଟି ଶୂନ୍ୟ କରିବା ପାଇଁ ଶିକ୍ଷାଧିକାରୀ ତାଗିଦ୍ କରିଛନ୍ତି। ପ୍ରତ୍ୟେକ କେନ୍ଦ୍ରରେ ପୁଲିସ ମୁତୟନ କରାଯାଇ ତହସିଲଦାର, ଉପ-ଜିଲ୍ଲାପାଳ ଓ ଜିଲ୍ଲାପାଳ ଏହାକୁ ପ୍ରତ୍ୟକ୍ଷ ଭାବରେ ମନିଟରିଂ କରିବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ଦ୍ବିତୀୟ ପର୍ୟ୍ୟାୟ ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡ. ସନ୍ତୋଷ କୁମାର ରାଉତ ଓ ବିଜ୍ଞାନ ସୁପରଭାଇଜର ଅକ୍ଷୟ କୁମାର ନନ୍ଦ କୌଣସି ପ୍ରକାର ଅନିମିୟତତାକୁ ଏବଂ ବିଶୃଙ୍ଖଳା ରେ ସଂପ୍ରୁକ୍ତ କୌଣସି ବି ବ୍ୟକ୍ତିଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ସୂଚନା ଦେଇଥିଲେ। ସ୍ଥାନୀୟ ପୁଲିସ୍ ପକ୍ଷରୁ ଏସ୍. ଆଇ. ସୁଚିତ୍ରା ଜୟ ସିଂହ ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି ସୂଚନା ଦେଇଥିଲେ। ବ୍ଲକ୍ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମତ୍ତଗଜ ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।