ଭୁବନେଶ୍ୱର : ଅଶ୍ଳୀଳ ମେସେଜ୍ ଦେବା ଅଭିଯୋଗରେ ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି । ଆଇପିସି ଧାରା ୩୫୪ ଓ ଆଇ.ଟି ଆକ୍ଟ ଧାରା ୬୭ରେ ଗିରଫ କରାଯାଇଛି । ଏ ସମ୍ପର୍କରେ ତାଙ୍କୁ ଦୀର୍ଘ ସମୟ ଧରି ଜେରା ମଧ୍ୟ କରାଯାଇଥିଲା । ଅନ୍ୟପକ୍ଷରେ ନିର୍ଦ୍ଦେଶକ ଶ୍ରୀ ଷଡ଼ଙ୍ଗୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ତାଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ଅଣାଯାଇଛି ତାହା ଭିତିହୀନ ଏବଂ ଷଡ଼ଯନ୍ତ୍ର ହୋଇଛି । ସମ୍ପୃକ୍ତ ଅଭିଯୋଗକାରିଣୀ ମହିଳା ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ମିଲି ଏଭଳି ଉଦ୍ୟମ କରିଛନ୍ତି ବୋଲି ସେ କହିଛନ୍ତି ।