ଭୁବନେଶ୍ୱର : କରୋନା ସଂକ୍ରମିତ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସମ୍ବଲପୁର ଦୁଇଦିନ ସଟ୍ଡାଉନ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଆସନ୍ତା ୧୧ ଓ ୧୨ ତାରିଖ ଏହି ଦୁଇଦିନ ସଟ୍ଡାଉନ ରହିବ । ସଟ୍ଡାଉନ ବେଳେ ସରକାରଙ୍କ ପକ୍ଷରୁ ଜରୁରୀ ସେବା ଯୋଗାଇ ଦିଆଯିବ । କେବଳ ହସ୍ପିଟାଲ, ମେଡ଼ିସିନ, ଓମଫେଡ଼କୁ ଛାଡ଼ିଦେଲେ ଆଉ ସବୁ ଦୋକାନ ବଜାର ବନ୍ଦ ରହିବ ।