ଇ-ଗଭର୍ଣ୍ଣାସ୍ ଓ କୋଭିଡ ପରିଚାଳନା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ଦେଶରେ ଦ୍ୱିତୀୟ : ଜଗତସିଂହପୁରକୁ ମିଳିଲା ମର୍ଯ୍ୟାଦାଜନକ ସ୍କଚ୍ ସିଲଭର ଆୱାର୍ଡ
ଜଗତସିଂହପୁର୩୦/୭(ସବ୍ୟୁ):ଇ-ଗଭର୍ଣ୍ଣାସ୍ ଓ କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲାକୁ ମିଳିଛି ସ୍କଚ ଆୱାର୍ଡ ।ସାରା ଦେଶ ଏହି ଦୌଡରେ ଥିବା ବେଳେ ଓଡିଶାର ଜଗତସିଂହପୁର ଜିଲ୍ଲା ପ୍ରଶାସନକୁ ଦ୍ୱିତୀୟ ସ୍ଥାନ ମିଳିଛି ।ଇ-ଗଭର୍ଣ୍ଣାସ୍ କ୍ଷେତ୍ରରେ ସାରା ରାଜ୍ୟରେ ଜଗତସିଂହପୁର ଜିଲ୍ଲା ଏକ ନମ୍ବର ସ୍ଥାନ ଅଧୀକାର କରିଥିବା ବେଳେ ଜନ ସହଯୋଗ କ୍ଷେତ୍ରରେ ମଧ୍ୟ ଜଗତସିଂହପୁର ଜିଲ୍ଲା ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ।ଇ-ଗଭର୍ଣ୍ଣାସ୍ ଦ୍ୱାରା ଜନ ସହଯୋଗ ଓ କୋଭିଡ-୧୯ ପରିଚାଳନା କ୍ଷେତ୍ରରେ ଜଣେ ସଫଳ ଜିଲ୍ଲାପାଳ ଭାବେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅବଦାନ ପାଇଁ ନୁଆଦିଲ୍ଲୀର ସ୍କଚ୍ କନସଲଟାନସି ପ୍ରାଇଭେଟ ଲିମିଟେଡ ପକ୍ଷରୁ ଚଳିତ ବର୍ଷର ମର୍ଯ୍ୟାଦା ଜନକ ସ୍କଚ ଆୱାର୍ଡ ରେସରେ ଜଗତସିଂହପୁର ଜିଲ୍ଲାକୁ ଦ୍ୱିତୀୟ ସ୍ଥାନ ତଥା ସିଲଭର ଆୱାର୍ଡ ମିଳିଛି ।ପ୍ରକୃତ ପକ୍ଷେ ଏହି ସମ୍ମାନ ଜନକ ଆୱାର୍ଡ ସ୍କଚ ଆୱାର୍ଡର ଅଧିକାରୀ ହୋଇଛନ୍ତି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ।
ମାତ୍ର ଜିଲ୍ଲାପାଳ ଏହି ଆୱାର୍ଡକୁ ଜଗତସିଂହପୁର ଜନ ସାଧାରଣଙ୍କ ଅକୁଣ୍ଣ ସମର୍ଥନ ଓ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଥିବାରୁ ଏହି ଆୱାର୍ଡ ଜନସାଧାରଣଙ୍କ ଉଦେ୍ଦଶ୍ୟରେ ଉସôର୍ଗୀକୃତ ବୋଲି ଜିଲ୍ଲାପାଳ କହିଛନ୍ତି ।ଏହି ଆୱାର୍ଡ ପାଇଁ ରହିଥିବା ୪ଟି ପାହାଚରେ ଜଗତସିଂହପୁର ଜିଲ୍ଲା ସର୍ବାଗ୍ରେ ରହିଥିଲା ।କୋଭିଡ-୧୯ ପରିଚାଳନାରେ ଜଗତସିଂହପୁର ଜିଲ୍ଲା ସାରା ଦେଶରେ ମଡେଲ ଭାବରେ ପରିଚିତ ।କରୋନା ମହାମାରୀର ଦ୍ରୁତ ସଂକ୍ରମଣ ହେଉଥିଲେ ହେଁ ଜଗତସିଂହପୁର ଜିଲ୍ଲା ଏକ ଭଲ ସ୍ଥିତିରେ ରହିଛି ।ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କଣ୍ଟାମିନେଣ୍ଟ ଜୋନ ହୋଇନଥିବା ବେଳେ ସ୍ଥାନୀୟ ସଂକ୍ରମଣ ବା ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ।ଜଗତସିଂହପୁର ଜିଲ୍ଲାରେ ଜିଲ୍ଲାପାଳଭାବରେ ସଂଗ୍ରାମ କେଶରୀ ମହାପାତ୍ର ଯୋଗ ଦାନ ପରେ ଜିଲ୍ଲାର ସମସ୍ତ ଅଫିକୁ ଇ-ଅଫିସରେ ପରିଣତ କରି ସାରା ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ ।
ଏହାର ଫଳ ସ୍ୱରୁପ କରୋନା ମାହାମାରୀ ସମୟରେ ରାଜ୍ୟର ବହୁ ଅଫିସ ବନ୍ଦ ହେବା ଓ ସ୍ୱଳ୍ପ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରୁଥିଲେ ହେଁ ଜଗତସିଂହପୁର ଜିଲ୍ଲା ଇ-ଅଫିସ ମାଧ୍ୟରେ କର୍ମଚାରୀମାନେ ସମସ୍ତ କାର୍ଯ୍ୟକୁ ସୁଚାରୁ ରୁପେ ଘରେ ରହି ମଧ୍ୟ ସମ୍ପାଦନ କରିଥିଲେ ।ଏଭଳି ପରିସ୍ଥିତିରେ ଜିଲ୍ଲାର ବ୍ଲକ ଠାରୁ ତହସିଲ,ଆର.ଆଇ ଅଫିସ ପର୍ଯ୍ୟନ୍ତ ସମସ୍ତ ଅଫିସ ଇ-ଅଫିସ ମାଧ୍ୟରେ ସଠିକ ଭାବରେ କାର୍ଯ୍ୟ ଚାଲୁରହିଛି ।ଜିଲ୍ଲାରେ ସମସ୍ତ ଅଫିସକୁ ଡିଜିଟାଇଜେସନ କରିବା ଦ୍ୱାରା ଅଫିସର ଓ କର୍ମଚାରିମାନେ କୋଭିଡ ସମୟରେ ଘରେ ରହି ମଧ୍ୟ ସୁଚାରୁ ରୁପେ କାର୍ଯ୍ୟ କରିପାରିଛନ୍ତି ।ସାଧାରଣ ଲୋକମାନଙ୍କ ଆପତ୍ତି ଅଭିଯୋଗ ପାଇଁ ଜନସହଯୋଗ ଟ୍ୱୁଇଟର ଆକାଉଣ୍ଟ ଖୋଲାଯାଇଛି ।
ସମସ୍ତ ଅଫିସ ଗୁଡିକର ଟ୍ୱୁଇଟର ଆକାଉଣ୍ଟ ରେ ଲୋକମାନେ ଅଭିଯୋଗ ଦେବା ସହିତ ତୁରନ୍ତ ତାହାର ସମାଧାନ ପାଇଁ ଜିଲ୍ଲାପାଳ ପରିଚାଳନା କରିଥାନ୍ତି ।ଏହା ସହିତ ଜିଲ୍ଲାରେ ରହିଥିବା ପାରାଦ୍ୱୀପ ବନ୍ଦର ଦେଶର ତଥା ରାଜ୍ୟର ଜୀବନ ରେଖା ହୋଇଥିବା ବେଳେ ବନ୍ଦର ସମେତ ପାରାଦ୍ୱୀପ ଅଞ୍ଚଳର ସମସ୍ତ ଶିଳ୍ପ କାରଖାନା ଗୁଡିକ କୋଭିଡ ସମୟରେ ସମସ୍ତ ଚ୍ୟାଲେଞ୍ଜକୁ ସାମନା କରି ଶିଳ୍ପଗୁଡିକ ବନ୍ଦ ନହୋଇ ଠିକ ଭାବରେ କାର୍ଯ୍ୟ ଚାଲୁରହିଛି ଓ ଏହା ଆମ ପାଇଁ ଗର୍ବର ବିଷୟ ।ଏହି ପ୍ରକ୍ରୀୟା ମଧ୍ୟ ଆଗକୁ ଜାରି ରହିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି ।ଏହା ସହିତ ବର୍ତ୍ତମାନ ଜିଲ୍ଲାରେ ଗାଁକୁ ଗାଁ ସର୍ଭେ ଚାଲିଛି ।ଲୋକମାନଙ୍କୁ ସଚେତନ କରାଯାଉଛି ।ଜଗତସିଂହପୁର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ଯୋଗୁ ଜିଲ୍ଲା ପ୍ରଶାସନକୁ କାର୍ଯ୍ୟ କରିବାରେ ଉସôାହିତ ହେବା ସହିତ ସାରା ଦେଶରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିବାରେ ସଫଳ ହୋଇଛି ଓ ଏହି ସ୍ୱତନ୍ତ୍ର ସମ୍ମାନର ଅଧୀକାରୀ ହୋଇପାରିଛି ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ।