Odisha news

ସୋ ଆମ୍ ଆଇ ଫାଉଡେଶନ ଦ୍ୱାରା ପୁରୀର ପ୍ରାୟ ୪୦ ପୁଜାରୀଙ୍କୁ ଏକ ମାସର ରାସନ ବଣ୍ଟନ

0

ଭୁବନେଶୂର, ୩୦.୦୭.୨୦୨୦: କୋଭିଡ-୧୯ ର ପ୍ରକୋପରେ ମାସ ମାସ ଧରି ଚାଲିଥିବା ତାଲାବନ୍ଦ ଦ୍ୱାରା ସମସ୍ତ ପବିତ୍ର ସ୍ଥାନ ବନ୍ଦ ରହିଥିଲା । ଦକ୍ଷିଣା ପୁଜାରୀମାନଙ୍କ ଏକ ମାତ୍ର ଉସô ହୋଇଥିବାରୁ ସେମାନଙ୍କ ଜୀବିକା ନିର୍ବାହ କୁ ପ୍ରଭାବିତ କରିଥିଲା । ଏହପରି ଅସୁବିଧା ପରିସ୍ଥିତିରେ ପୁଜକମାନଙ୍କୁ ସାହାଯ୍ୟର ହାତ ବଢାଇ, ଇସ୍କୋୟାର ଟେକ୍ନୋଲୋଜିର ପରିଚାଳନା ନିଦେ୍ର୍ଦଶକ ଶ୍ରୀ ଧିରେନ୍ଦ୍ର ଖାନେ୍ଦଲୱାଲ ସମର୍ଥନରେ ସୋ ଆମ୍ ଆଇ ଫାଉଡେଶନ ଟ୍ରଷ୍ଟ ନିଜର କ୍ଷୁଧାମୁକ୍ତ ଓଡିଶା ପଦକ୍ଷେପ ଅନ୍ତର୍ଗତରେ ପୁରୀର ପ୍ରାୟ ୪୦ ପୁଜାରୀଙ୍କୁ ଏକ ମାସର ଶୁଖିଲା ରାସନ ବଣ୍ଟନ କରିଛି । ପୁର୍ବରୁ ସୋ ଆମ ଆଇ ଫାଉଡେଶନ ପୁରୀର ପୁଜାରୀ ଏବଂ ଭୁବନେଶ୍ୱରର ପ୍ରାୟ ୧୦୦୦ ପରିବାରକୁ ରାସନ ଯୋଗାଇ ଦେଇଛନ୍ତି ।

ସୋ ଆମ ଆଇ ଫାଉଡେସନର ପ୍ରତିଷ୍ଠାତା ପିନାକୀ ମହାନ୍ତି କହିଛନ୍ତି “ଯେହେତୁ ମନ୍ଦିର ଗୁଡିକ କ୍ରମାଗତ ଭାବରେ ବନ୍ଦ ରହିଛି ଏବଂ ସେବାୟତମାନେ ମଧ୍ୟ ଆମ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରଦାୟ, ତେଣୁ ଆମେ ସେବାୟତମାନଙ୍କୁ ଆମର ସାହାଯ୍ୟର ହାତ ବଢାଇବାକୁ ଚିନ୍ତା କଲୁ,ଯେଉଁମାନେ କେବଳ ଆମର ଇଶ୍ୱରଙ୍କ ଘରର ଯତ୍ନ ନିଅନ୍ତି ନାହିଁ ବରଂ ଭାବପ୍ରବଣ ସଶକ୍ତିକରଣର ଉସô ମଧ୍ୟ ରହିଛନ୍ତି” ।
ଏଥିସହ ସୋ ଆମ ଆଇ ଫାଉଡେଶନ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡିଥିବା ଭୁବନେଶୂର ର ପ୍ରାୟ ୫୦୦୦ ପରିବାର ଏବଂ ଓଡିଶାର ୫୦୦୦ ପରିବାରଙ୍କୁ ୧୫ ଦିନ ର ରାସନ ଯୋଗାଇ ଥିଲେ ।

କ୍ୟାପିଟାଲ ହସ୍ପିଟାଲ,ଭଦ୍ରକ ଡିଏଚକୁ୍ୟ ହସ୍ପିଟାଲ,ପୁରୀ ଡିଏଚକୁ୍ୟ ହସ୍ପିଟାଲ ଏବଂ ବାରିପଦା ଏଚକୁ୍ୟ ହସ୍ପିଟାଲ ଏବଂ ସ୍ୱଳ୍ପ ଆୟକାରୀ କର୍ମଚାରୀଙ୍କୁ ଫାଉଡେସନ୍ ୨ ମାସର ରାସନ ଯୋଗାଇ ଥିଲା । ଏହା ସହ ୫୦ ସିନେମା,ଟେଲିଭିଜନ ଓ ସଂଙ୍ଗୀତ କଳାକାରଙ୍କ ପରିବାରକୁ ଏବଂ ପୁରୀ,କଟକ ଏବଂ ଖୋର୍ଦ୍ଦା ଜିଲ୍ଲାର ୫୦ ଟି ମନ୍ଦିର ର ପୁଜକଙ୍କୁ ଶୁଖିଲା ରାସନ ବଣ୍ଟନ କରାଯାଇଛି । ତାଲାବନ୍ଦ ଆରମ୍ଭ ଦିନରୁ ପ୍ରାୟ ୧୦୦୦ କାର୍ଯ୍ୟରତ ପୋଲିସ/ ଟ୍ରାଫିକ କନେଷ୍ଟବଳ,ଅବହେଳିତ ବୃଦ୍ଧ, ମହିଳା,ଭିନ୍ନକ୍ଷମ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ତରଭୁଜ, ରନ୍ଧା ମଧ୍ୟହ୍ନ ଭୋଜନ, ଜଳଖିଆ ଏବଂ ରାତ୍ରୀ ଭୋଜନ ପ୍ରଦାନ କରାଯାଇଛି ।

ସୋ ଆମ୍ ଆଇ ଫାଉଡେଶନ୍ ଟ୍ରଷ୍ଟ୍ ଯାହାକି ଏକ ଅଣ-ଲାଭକାରି ସଂସ୍ଥା ତାହାର ମୂଳ ଲକ୍ଷ୍ୟ ହେଉଛି, ଓଡିଶାକୁ କ୍ଷୁଧାମୁକ୍ତ କରିବା ଯେଭଳି ଜଣେ ଲୋକ ମଧ୍ୟ ଭୋକିଲା ଶୋଇବେ ନାହିଁ । ସଂଗଠନ ଦ୍ୱାରା ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଆହାର କେନ୍ଦ୍ର, ମୋବାଇଲ ଭ୍ୟାନ ଭଳି ଅନେକ ପଦକ୍ଷେପ ନିଆଯାଇଛି । ରାଜ୍ୟରୁ କ୍ଷୁଧା ଦୂର କରିବା ପାଇଁ ଏହି ସଂଗଠନ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛି ।

Leave A Reply