Odisha news

ଝଙ୍କଡ ସାରଳା ମନ୍ଦିର ସେବାୟତଙ୍କୁ ସହାୟତା

0

ତିର୍ତ୍ତୋଲ, ୩୦ା୭ : ସଂପ୍ରତି ମହାମାରୀ କରୋନା କୋଟକଣା ପାଇଁ ଆଜକୁ ୫ମାସ ଧରି ଝଙ୍କଡ ଶାରଳା ମନ୍ଦିର ବନ୍ଦ ରହିଥିବାରୁ ମା’ଙ୍କ ସେବା ପୂଜା ଉପରେ ନିର୍ଭରଶୀଳ ସେବାୟତ ମାନେ ଅଭାବ ଅସୁବିଧାରେ ଥିଲାବେଳେ କଟକ ସମବାୟ ବ୍ୟାଙ୍କ କୁଜଙ୍ଗ ଶାଖା କର୍ମଚାରୀ ମାନେ ସହାୟତାର ହାତ ବଢାଇଛନ୍ତି । ଆଜି ଗୁରୁବାର ପୂର୍ବାହ୍ନରେ ଶାରଳା ମନ୍ଦିରର ସମସ୍ତ ସେବାୟତ ମାନଙ୍କୁ ବ୍ୟାଙ୍କ କର୍ମଚାରୀ ମାନେ ନିଜସ୍ୱ ପାଣ୍ଠିରୁ ଚାଉଳ, ଡାଲି, ଅଟା, ତେଲ, ଚୁଡା ଓ ଚିନି ଆଦି ଖାଦ୍ୟ ସାମଗ୍ରୀ ପ୍ୟାକେଟ ବଣ୍ଟନ କରିଥିଲେ ।

ଏହି ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ସମବାୟ ବ୍ୟାଙ୍କ ପରିଚାଳକ ସୁଜିତ କୁମାର ଦାସ, ଆକାଉଣ୍ଟାଣ୍ଟ ଚରଣ ବିଶ୍ୱାଳ, କ୍ଷେତ୍ର ପରିଦର୍ଶକ ପ୍ରକାଶ ଚନ୍ଦ୍ର ଦାସଙ୍କ ସମେତ ସୁମିତ୍ରା ଦାସ, ଅଶ୍ୱିନୀ ମହାନ୍ତି, ନୃସିଂହ ମଲ୍ଲ, କେଶବ ସ୍ୱାଇଁ, ସଚ୍ଚିଦାନନ୍ଦ ଗୋଛାୟତ, ରାଜକିଶୋର ପରିଡା, କୁଳମଣୀ ମହାପାତ୍ର, ବୈଷ୍ଣଚ ଚରଣ ନାୟକ, ବିଷ୍ଣୁପ୍ରସାଦ ଲେଙ୍କା, ଗୋପୀନାଥ ଶତପଥି, ସାରଦା ପ୍ରଧାନ, ସୁସାନ୍ତ ପରିଜା, ଯୁଗଳ କିଶୋର ପରିଡା ଓ ନୃସିଂହ ପ୍ରସାଦ ଲେଙ୍କା ପ୍ରମୁଖ ବ୍ୟାଙ୍କ କର୍ମଚାରୀ  ଓ ସମାଜସେବୀ ମନୋରଞ୍ଜନ ପରିଜା ସହଯୋଗ କରିଥିଲେ । ଶାରଳା ମନ୍ଦିର ପଣ୍ଡା ସେବାୟତ ମାନେ ଏଥିପାଇଁ ବ୍ୟାଙ୍କ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି

Leave A Reply