ଖଲ୍ଲିକୋଟ:କେଶପୁର ଠାରେ ଥିବା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଏଟିଏମ୍ ଭାଙ୍ଗି ଦୁର୍ବୁତ୍ତ ଙ୍କ ଲୁଟ ଉଦ୍ୟମ ।ପୋଲିସ ପହଞ୍ଚିବା ପରେ ଦୌଡ଼ି ପଳେଇ ଗଲେ ଲୁଟେରା ।ରବିବାର ରାତି ଗୋଟାଏ ରେ କେଶପୁର ଛକ ରେ ଥିବା ଷ୍ଟେଟବ୍ୟାଙ୍କ ଏଟିଏମ୍ କୁ ଭାଙ୍ଗି ଦୁର୍ବୁତ୍ତ ମାନେ ଟଙ୍କା ଲୁଟ ପାଈଁ ଉଦ୍ୟମ କରୁଥିଲେ ।ଏହି ସମୟରେ ଏଟିଏମ୍ ଆଲାର୍ମ ଦ୍ୱାରା ଜାଣିପାରି ଷ୍ଟେଟବ୍ୟାଙ୍କ କର୍ତ୍ତୃପକ୍ଷ ପୋଲିସ କଣ୍ଟ୍ରୋଲ ରୁମ କୁ ଖବର ଦେଇଥିଲେ ।କଣ୍ଟ୍ରୋଲ ରୁମ ରୁ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ ସଦଲବଳେ ତୁରନ୍ତ ଘଟଣାସ୍ଥଳରେ ପହଂଚି ଥିଲେ ।ପୋଲିସ କୁ ଦେଖି ଦୁର୍ବୁତ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।ସେମାନଙ୍କୁ ଧରିବା ପାଇଁ ଆଇଆଇସି ଚେଷ୍ଟା କରିଥିଲେ ମଧ୍ୟ ଅନ୍ଧାର ଓ ଘନ କୁହୁଡି ଯୋଗୁଁ ସେମାନେ ଫେରାର ହୋଇଯିବା ରେ ସଫଳ ହୋଇଥିଲେ ।ପୋଲିସ ସିସିଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଅବ୍ୟାହତ ରଖିଛି ।ଏ ସମ୍ପର୍କରେ ଖଲ୍ଲିକୋଟ ଥାନା ରେ କେସ ନମ୍ବର ୭୧/୨୦୨୦ ଅନୁସାରେ ଏକ ମକଦ୍ଦମା ରୁଜୁ କରାଯାଇଛି ।ଖୁବଶୀଘ୍ର ଅପରାଧୀ ମାନଙ୍କୁ ଧରାଯିବ ବୋଲି ଥାନା ଅଧିକାରୀ ସତ୍ୟ ରଂଜନ ପ୍ରଧାନ କହିଛନ୍ତି ।