Odisha news

ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ଖୋଲିଲା ମୋ ସରକାର କକ୍ଷ

0

ହାଟଡ଼ିହି : ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ମୋ ସରକାର କକ୍ଷ ଖୋଲାଯାଇଛି । ଗତ ୧୪ତାରିଖ ଦିନ ବିଡିଓ ଜୟଦେବ ଦାସ ଏହାକୁ ଉଦଘାଟନ କରିଥିଲେ । ଲୋକମାନେ ସେମାନଙ୍କ ଅଭିଯୋଗକୁ ମୋସରକାର କକ୍ଷରେ ଦାଖଲ କରିବା ସହିତ ଅନଲାଇନ ମାଧ୍ୟମରେ ସେମାନଙ୍କ ଅଭିଯୋଗ ପଞ୍ଜିକରଣ କରାଯିବାର ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରାକି ଲୋକମାନଙ୍କର ଅଭିଯୋଗ ସମ୍ପର୍କରେ ସରକାର ସିଧାସଳଖ ଜାଣି ପାରିବେ । ଏହି କାର୍ଯ୍ୟାଳୟରେ ପ୍ରଶାନ୍ତ କୁମାର ସେଠୀ ଓ ପ୍ରଲିପ୍ତା ପ୍ରୀୟଦର୍ଶନୀ ଉପସ୍ଥିତ ରହି ଲୋକଙ୍କ ଠାରୁ ଅଭିଯୋଗ ଗ୍ରହଣ କରୁଛନ୍ତି । ପ୍ରଥମ ଦିନରେ ୨୪ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ୨ୟଦିନ ୫ଟି ଅଭିଯୋଗ ଗ୍ରହଣ କରାଯାଇଛି ।

Leave A Reply