ବିଗ୍ବସ୍ ୧୩ର ପ୍ରତିଯୋଗୀ ଶେହନାଜ୍ ଗିଲ୍ ଓରଫ୍ ସନା ନିଜ ପାଇଁ ବର ଖୋଜୁଛନ୍ତି । ସେଥିପାଇଁ କଲର୍ସ ଚାନେଲ୍ ତାଙ୍କ ପାଇଁ ‘ମୁଝ୍ସେ ଶାଦି କରୋଗେ’ ନାଁରେ ସ୍ୱୟଂମ୍ଭର ଆୟୋଜନ କରିଛି । ସନାଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ବିଗ୍ବସ୍ରେ ଥିବା ସମୟରେ ହିଁ ତାଙ୍କୁ ଏହି ଶୋ’ର ଅଫର୍ ମିଳିଥିଲା । ଏହାର ପ୍ରମୋ ବି ପ୍ରସାରିତ ହୋଇସାରିଛି । କିନ୍ତୁ ଶେହନାଜ୍ଙ୍କ ବାପା ସନ୍ତୋଷ ସିଂହ ଏହି ଶୋ’କୁ ନାପସନ୍ଦ କରିବା ସହ ଶୋ’ର ପ୍ରସାରଣକୁ ବିରୋଧ କରିବେ ବୋଲି କହିଛନ୍ତି । ସନାଙ୍କୁ ସଲ୍ମାନ ପଞ୍ଜାବର କଟ୍ରିନା କୈଫ୍ କହୁଥିବା ବେଳେ ଏବେ ତାଙ୍କୁ ରାକ୍ଷୀ ସାୱନ୍ତ କରିବାକୁ ଚେଷ୍ଟା ହେଉଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି । ପୂର୍ବରୁ ରାକ୍ଷୀଙ୍କର ବି ସ୍ୱୟଂମ୍ଭର ପ୍ରସାରିତ ହୋଇଥିଲା । ବିଗ୍ବସ୍ରେ ଶେହନାଜ୍-ସିଦ୍ଧାର୍ଥ ସମ୍ପର୍କ ବେଶ୍ ଚର୍ଚ୍ଚାରେ ଥିଲା । ତେବେ କଲର୍ସରେ ପ୍ରସାରିତ ହେଉଥିବା ଶୋ’ରେ ସନା କେବଳ ନିଜ ପାଇଁ ବର ଖୋଜୁନାହାନ୍ତି, ଅନ୍ୟତମ ପ୍ରତିଯୋଗୀ ପାରସ୍ ଛାବ୍ଡ଼ା ମଧ୍ୟ ନିଜ ପାଇଁ କନ୍ୟା ଖୋଜୁଛନ୍ତି । ଦେଖାଯାଉ ସ୍ୱୟଂମ୍ଭରରେ ଶେହନାଜ୍ ନିଜ ପାଇଁ କିଭଳି ବର ବାଛୁଛନ୍ତି ।