Odisha news

ବାଲିଗୁଡା ଜଗନ୍ନାଥ ମନ୍ଦିରରେ ଗରୁଡ଼ ପକ୍ଷୀ

0

ବାଲିଗୁଡା:କନ୍ଧମାଳ ଜିଲ୍ଲା ବାଲିଗୁଡା ଶ୍ରୀଜଗନ୍ନାଥ ମନ୍ଦିରରେ ଏକ ବିରଳ ପକ୍ଷୀ ଦେଖା ଯାଇଛି । ସୋମବାର ସକାଳୁ ପୂଜକ ମନ୍ଦିର ପୂଜା ପାଇଁ ପହଁଚିବା ପରେ ବିରଳ ପକ୍ଷୀଟିକୁ ଦେଖିଥିଲେ । ଏହି ପକ୍ଷୀଟିକୁ ଗରୁଡ଼ ପକ୍ଷୀ କହି ପୂଜା ମଧ୍ୟ କରିଥିଲେ । ବିରଳ ପକ୍ଷୀଟି ମନ୍ଦିର ମଧ୍ୟରେ ପ୍ରବେଶ କରିବା ପରେ ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଥିଲା ।

ଗରୁଡ଼ପକ୍ଷୀକୁ ଫୁଲ ଚନ୍ଦନ ଦେଇ ସମସ୍ତେ ପୂଜାର୍ଚ୍ଚନା କରିବା ସହ ଭଗବାନଙ୍କ ବାହାନଙ୍କ ଉପସ୍ଥିତ ନେଇ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା ।ଜଗନ୍ନାଥ ମନ୍ଦିର ରେ ଗରୁଡ଼ ପକ୍ଷୀ ଥିବା ଜାଣି ସବୁଆଡେ ଖବର ଖେଳିଯିବା ପରେ  ଆଖପାଖ ଅଂଚଳର ଭକ୍ତଙ୍କ ଭିଡ଼ ଜମିଥିଲା ଜଗନ୍ନାଥ ମନ୍ଦିରରେ । ସହସ୍ରାଧିକ ଭକ୍ତ ଯଥାଵିଧି ସହକାରେ ସିନ୍ଦୁର, ଚନ୍ଦନ ଫୁଲ ଇତ୍ୟାଦି ସହ ପୂଜାର୍ଚ୍ଚନା କରି ଦର୍ଶନ କରିଥିଲେ l କିଛି ସମୟପରେ ଗରୂଡ଼ ପକ୍ଷୀ ଅସୁସ୍ଥ ଥିବା ସନ୍ଦେହକରି ପକ୍ଷୀଟିକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା ।

ସେଠାରେ ଚିକିତ୍ସିତ ଅବସ୍ଥାରେ ଗରୂଡ଼ ପକ୍ଷୀର ମୃତ୍ୟୁ ହୋଇଥିଲା । ଏହାପରେ ଭକ୍ତଙ୍କ ମନରେ ଶୋକର ଛାୟା ଖେଳିଯାଇଥିଲା । ଗରୂଡ଼ ପକ୍ଷୀଙ୍କ ମୃତ ଦେହକୁ ମନ୍ଦିର ପରିସରକୁ ଆଣିବା ପରେ ପୁଣି ପୂଜାର୍ଚ୍ଚନା କରି ଯଥା ରୀତିନୀତି ଅନୁଯାୟୀ ମନ୍ଦିରର ପଶ୍ଚିମ-ଉତ୍ତର କୋଣ ନିକଟରେ ମନ୍ଦିର ଟ୍ରଷ୍ଟ ତରଫରୁ ଭକ୍ତ ମୀନକେତନ ସୁଆର ଙ୍କ ଦ୍ୱାରା ଅନ୍ତିମ ସତ୍କାର କରାଯାଇଥିଲା l

Govt
Leave A Reply