Odisha news

ଶିଶୁ ଶ୍ରମିକ, ବାଲ୍ୟ ବିବାହ ଓ ପୋକ୍ସୋ ଆଇନ ଉପରେ ଆଲୋଚନା ଚକ୍ର

0

ଆଠଗଡ଼ ତା ୭/୧/୨୩   ଆଠଗଡ ଥାନା ପରିସରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ପ୍ରଗତି ମହାନ୍ତିଙ୍କ ଅଧକ୍ଷତାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ଗ୍ରାମାଞ୍ଚଳ ଉପ ଆରକ୍ଷୀ ଅଧିକ୍ଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ, ଜିଲ୍ଲା ଶିଶୁ ମଙ୍ଗଳ କମିଟି  ଅଧିକାରୀ ପ୍ରମୋଦ କିଶୋର ଆଚାର୍ଯ୍ୟ, ପୂର୍ବତନ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧିକାରୀ ଚିତ୍ତରଞ୍ଜନ ମହାନ୍ତି,  ଆଠଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ବିଜୟ କୁମାର ବିଶି, ଆଠଗଡ ବାଲ୍ୟ ବିବାହ ନିରୋଧ ଅଧିକାରୀ ନିବେଦିତା ରାୟ, ତଥ୍ୟ ବିସ୍ଲେଷଣ ଅଧିକାରିଣୀ ଦେବଯାନୀ ଶରଣ, ସାମାଜିକ କର୍ମୀ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର କଂଗ୍ରେସ କୁମାର ରାଉତ, ଅଣ ଆନୁଷ୍ଠାନିକ ଅଧିକାରୀ ଗୌତମ ମହାପାତ୍ର, ପ୍ରମୁଖ ଯୋଗ ଦେଇଥିଲେ, ଆଠଗଡ  ଥାନା ଅଧିକାରୀ ବାମଦେବ ସ୍ବାଇଁ ସମସ୍ତ ପ୍ରକାର ସହଯୋଗ କରିଥିଲେ, ଆଲୋଚନା ସଚେତନତା ଶିବିରରେ ବାଲ୍ୟ ବିବାହ ଏକ ଅପରାଧ କିନ୍ତୁ ସଚେତନତା ଅଭାବରୁ ଏଭଳି ଘଟଣା ରୋକା ଯାଇ ପାରୁ ନାହିଁ, ବିଶେଷ କରି ଗ୍ରାମାଞ୍ଚଳରେ ଏଭଳି ଘଟଣା ଘଟୁଥିଲେ ବି ଏହାକୁ କେହି ବିରୋଧ କରୁ ନାହାନ୍ତି କିମ୍ବା ଅଭିଯୋଗ କରୁ ନାହାନ୍ତି । ଏହାକୁ ରୋକିବାକୁ ହେଲେ ଅବିଭାବକ ମାନଙ୍କୁ ସଚେତନ କରାଯିବା ଦରକାର,।

ଏହା ସହିତ ମଣ୍ଡପରେ ବିବାହ ସମ୍ପାଦନା କରୁଥିବା ବ୍ରାହ୍ମଣ, ମନ୍ଦିର ପୁଜକ, ଫଟୋ ଉତ୍ତୋଳନ କରୁଥିବା ବ୍ୟବସାୟୀମାନେ ଏବଂ ଗ୍ରାମର ମୁରବୀ ଶ୍ରେଣୀୟ ବ୍ୟକ୍ତି ମାନେ ସହଯୋଗ କଲେ ଏହି ବାଲ୍ୟ ବିବାହକୁ ରୋକାଯାଇ ପାରିବ । ଆଉ ଏ ଅଂଚଳରେ ଥିବା ଵେବସାୟୀ, ସାମାଜିକ କର୍ମୀ  ମାନଙ୍କ ସହଯୋଗ ଶହ  ସାଧାରଣ ଜନତା ସଚେତନତା କରାଇବା ଶହ  ସହଯୋଗର ହାତ ବଢ଼ାଇଲେ ହିଁ ଶିଶୁ ଶ୍ରମିକ ଓ ଶିଶୁ ନିର୍ଯ୍ୟାତନାରେ ରୋକ ଲାଗି ପାରିବ ବୋଲି ସମସ୍ତ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ, ଆଉ ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ମହିଳା ପୁରୁଷ ଯୋଗ ଦେଇଥିଲେ।

Leave A Reply