Odisha news

ଆଠଗଡ଼ ରେ ବିଜେପି ର ବୁଥ ବିଜୟ ଅଭିଯାନ।

0
ଆଠଗଡ଼ ତା ୧୫-୦୪-୨୪ ଆଠଗଡ଼ ବିଜେପି ପକ୍ଷରୁ ଆଜି ସ୍ଥାନୀୟ ମହାବୀର ପ୍ଲାଜା ଠାରେ ବୁଥ ବିଜୟ ଅଭିଯାନ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି।ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଲୋଚନା ପର୍ଯ୍ୟାଲୋଚନା ସମୀକ୍ଷା ଆଦି ପରେ ଗୁରୁମନ୍ତ୍ର ଦେଇଛନ୍ତି ବିଜେପି କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭତ୍ତୃହରି ମହତାବ। ତୃଣମୂଳ ସ୍ତରରେ ସଙ୍ଗଠନ କୁ ମଜଭୁତ କରିବା ସହିତ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ବାବଦରେ ବୁଝାଇ ଭୋଟର ମାନଙ୍କୁ କେମିତି ଆକୃଷ୍ଟ କରି ହେବ ସେ ବାବଦରେ ବିସ୍ତୃତ ଭାବରେ ଆଲୋଚନା କରା ଯାଇ ବିଜୟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ପାଇଁ ଦଳୀୟ ନେତା ଏବଂ କାର୍ଯ୍ୟକର୍ତ୍ତା ମାନଙ୍କୁ ଆହ୍ବାନ ଦିଆଯାଇଛି। ବିଜେପି ନେତା ବିକ୍ରମ ଦାଶ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ଆଠଗଡ଼ ବିଧାୟକ ପ୍ରାର୍ଥୀ ଅଭୟ ବାରିକ, କଟକ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ରାମନାରାୟଣ ମହାନ୍ତି, ଵ୍ରଜେନ୍ଦ୍ର ରାଏ, କଟକ ଲୋକସଭା ମଣ୍ଡଳୀ ସଂଯୋଜକ ଶ୍ରୀକାନ୍ତ ବିଶ୍ଵାଳ, ମହିଳା ମୋର୍ଚ୍ଚା ଉପ ସଭାପତି ଇଲା ପଣ୍ଡା ଙ୍କ ସହିତ ଅନ୍ୟାନ୍ୟ ପଦାଧିକାରୀ ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିଲେ।
Leave A Reply