କୃଷି ମନ୍ତ୍ରୀ ଙ୍କ ଦ୍ବାରା ଆଠଗଡ ଏନ୍ଏସି ରେ ୧୭ଟି ପ୍ରକଳ୍ପ ର ଉଦ୍ ଘାଟନ,୨ପ୍ରକଳ୍ପ ଶିଳାନ୍ୟାସ,୨ପୁଷ୍କରୀଣି ପୁନରୁଦ୍ଧାର ପାଇଁ କାର୍ଯ୍ୟାରମ୍ଭ
ଆଠଗଡ:ତା:୨୩/୦୨ ଆଠଗଡ଼ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଆଠଗଡ଼ ଏନ୍ ଏ ସି ରେ ୧୭ଗୋଟି ପ୍ରକଳ୍ପର ଉଦ୍ ଘାଟନ କରିବା ସହିତ,୨ପ୍ରକଳ୍ପ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।ଏହା ସହିତ ରାଜ୍ୟ ସରକାର ଅମୃତ-୨.୦ ଯୋଜନା ରେ କନ୍ତୋଲ ସ୍ଥିତ ବାରବାଟି ପୁଷ୍କରିଣୀ ନିମିତ୍ତ ୩କୋଟି ୧୫ଲକ୍ଷ ଓ ଆଠଗଡ ପଦ୍ମ ସାହି ବେନୁ ସାଗର ର ପୁନଃ ଉଦ୍ଧାର ପାଇଁ ୩୫ଲକ୍ଷ ଟଙ୍କା ର ବୟ ଅଟକଳ କରାଯାଇ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ।ଏଥି ନିମିତ ଆଠଗଡ ମହୋତ୍ସବ ପଡିଆଠାରେ ଆଠଗଡ ଏନ୍ଏସି ଅଧ୍ୟକ୍ଷା ସସ୍ମିତା ରାଉତ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ସ୍ବାଇଁ ୨୮ ଜଣ ନୂତନ ହିତାଧିକାରୀ ଙ୍କ ସମେତ ୯୧୨ଜଣ ଙ୍କୁ ରାଜ୍ୟ ସରକାର ଙ୍କ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସି ନିର୍ଵାହୀ ଅଧିକାରୀ ଡଃ ପ୍ରଦୀପ କୁମାର ସାହା, ପୂର୍ବତନ ଅଧ୍ୟକ୍ଷ ରମେଶ ଚନ୍ଦ୍ର ଘଡେ଼ଇ, ସୁଚିତ୍ରା ସାହୁ ପ୍ରଦୀପ କୁମାର ଦାସ ଶିଵ ଶଙ୍କର ଜେନା, ଶିଶିର ପ୍ରସାଦ ମାନସିଂହ ସମେତ ଵିଭିନ୍ନ ୱର୍ଡ ର କାଉନ ସିଲର ଯୋଗଦାନ କରିଥିଲେ। ଉପାଧ୍ୟକ୍ଷ ଵି ଶୁଭ୍ର ଶଙ୍କର ଜ୍ୟୋତି ଧନ୍ୟବାଦ ଅର୍ପଣ କରିଥିଲେ। ଵରିଷ୍ଠ ସହାୟକ ନିରଞ୍ଜନ ଦାସ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ।