Odisha news

ଅବକାରୀ ବିଭାଗ ପକ୍ଷରୁ ଚଢାଉ।ମଦ ସହିତ ଗୋଟିଏ ଗାଡ଼ି ଜବତ ଏବଂ ଜଣେ ଗିରଫ।

0
ଆଠଗଡ଼ ତା ୨୩-୦୨-୨୪ ଆସନ୍ତା ୨୦୨୪ ନିର୍ବାଚନ କୁ ଲକ୍ଷ ରଖି   କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ ଙ୍କ  ନିର୍ଦ୍ଦେଶ କ୍ରମେ ଆଜି ଆଠଗଡ଼ ଅବକାରୀ ବିଭାଗର ଉପ ଅଧିକ୍ଷକ ଅଭିରାମ ସାହୁଙ୍କ ନେତୃତ୍ୱରେ ବାଙ୍କୀ ଅବକାରୀ ବିଭାଗ ଏବଂ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ରନ୍ଧା ମଦ ସହିତ ଗୋଟିଏ ଗାଡ଼ି ଜବତ କରା ଯାଇଛି। ଏଥି ସହିତ ଗାଡ଼ି ଡ଼୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ବିଭାଗୀୟ ସୁତ୍ରରୁ ଜଣାପଡିଛି। ଆଜି ସକାଳେ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଆଠଗଡ଼ ଥାନା ଅନ୍ତର୍ଗତ କଲରାଗଡ ଛକ ନିକଟରେ ଗୋଟିଏ ଗାଡ଼ି ଯାହାର ନଂ ଓଡି-୦୫- ବି ଏଚ-୭୪୩୧ ରେ ୫୪ ଟି ବ୍ୟାରେଲ ରେ ୧୮୯୦ ଲିଟର ଚୋରା ଦେଶୀ ରନ୍ଧା ମଦ ଚାଲାଣ ହେଉଥିବା ଖବର ପାଇ ବିଭାଗ ପକ୍ଷରୁ ଚଢାଉ କରା ଯାଇଥିଲା। ଚଢାଉ ରେ ମଦସହ କାର ଜବତ କରା ଯିବା ସହିତ କାର ଡ଼୍ରାଇଭର କଲରାଗଡ ଗ୍ରାମ ର ଏସ ପି ସନ୍ଦୀପ କୁମାର କୁ ଗିରଫ କରା ଯା କୋର୍ଟ ଚାଲାଣ କରା ଯାଇଛି। ଜବତ ମଦ ର ଆନୁମାନିକ ବଜାର ମୂଲ୍ୟ ୯ ଲକ୍ଷ ଟଙ୍କା ରୁ ଅଧିକ ହେବ ବୋଲି କୁହାଯାଉଛି। ଆଜିର ଚଢାଉ ରେ ଭାରପ୍ରାପ୍ତ ଅବକାରୀ  ସବ୍ ଇନ୍ସପେକ୍ଟର ସୌମ୍ୟରଞ୍ଜନ ମାଝୀ, ଅରୁଣ କୁମାର ଭୋଇ, ଅଜିତ୍ କୁମାର ପାତ୍ର, ଜ୍ୟୋତିର୍ମୟୀ ଦାସ ଙ୍କ ସହିତ ଆଠଗଡ଼ ଏବଂ ବାଙ୍କୀ ଅବକାରୀ ବିଭାଗର ସମସ୍ତ  କର୍ମଚାରୀ ମାନେ ସାମିଲ ହୋଇଥିଲେ।
Leave A Reply