ଆଠଗଡ଼ ତା ୨୩-୦୨-୨୪ ଆଠଗଡ଼ ଷ୍ଟାଡିୟମ ନିକଟରେ ନିର୍ମାଣ ହୋଇଥିବା ଇନଡୋର ଷ୍ଟାଡିୟମ କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି।୪ କୋଟି ୮୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଇନଡୋର ଷ୍ଟାଡିୟମ୍ ର ନିର୍ମାଣ କାର୍ଯ୍ୟ ଗତ ବର୍ଷ ମାର୍ଚ୍ଚ ମାସରୁ ଶେଷ ହୋଇଥିଲା। ଏହି ଷ୍ଟାଡିୟମ କାର୍ଯ୍ୟକ୍ଷମ ହେଲେ ଆଠଗଡ଼ ରେ ଥିବା ଇନଡୋର ଖେଳାଳୀ ମାନଙ୍କ ପାଇଁ ଭିତ୍ତିଭୂମିର ଅଭାବ ରହିବ ନାହିଁ ବୋଲି କୁହାଯାଉଛି। ଏହି କାର୍ଯ୍ୟକ୍ରମରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ବେହେରା, ପ୍ରମୋଦ କୁମାର ମିଶ୍ର ଙ୍କ ସହିତ ସ୍ଥାନୀୟ କାଉନସିଲର ଏବଂ ଜନସାଧାରଣ ଉପସ୍ଥିତ ରହିଥିଲେ।