ଆଠଗଡ଼ ତା ୨୧-୨-୨୪ ଆଠଗଡ଼ ପଞ୍ଚାୟତ ସମିତି ପକ୍ଷରୁ ନୂତନ ଭାବେ ଯୋଗ୍ୟ ବିବେଚିତ ୧୦୨୬ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ୧୧ ଲକ୍ଷ ୧୮ ହଜାର ଟଙ୍କାର ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗଦେଇ ମୁଁ କିଛି ନୁହେଁ ନବୀନ ବାବୁଙ୍କ ବିଜୁଜନତା ଦଳ ସରକାର ଗରିବଙ୍କୁ ସହାୟତା କରି ଆସୁଛି ବୋଲି କହିଥିଲେ। ଏହି ଅବସରରେ ଆଠଗଡ଼ ବ୍ଲକ ର ୩୪ ଗୋଟି ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଓ ସମସ୍ତ ନିର୍ବାଚିତ ପ୍ରତିନିଧି ମାନେ ଯୋଗଦେଇଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚପଳା ସାହୁ ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ଅବସରରେ ଶ୍ରୀମତୀ ସାହୁ ପଦୋନ୍ନତି ପାଇ ନୂତନ ପଦବୀ ପାଇଥିବାରୁ ତାଙ୍କୁ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।