Odisha news

ଆଠଗଡ଼ ଆସିଲା ରେଙ୍ଗାଲି କେନାଲ ପାଣି। ଭିଡିଓ କନଫରେନ୍ସିଂ ଜରିଆରେ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ।

0
ଆଠଗଡ଼ ତା ୧୩-୦୨-୨୪ ଅନେକ ବର୍ଷ ଧରି  ପ୍ରତିକ୍ଷିତ ରେଙ୍ଗାଲି କେନାଲ ରେ ପାଣି ପହଞ୍ଚିଛି ଆଠଗଡ଼ ରେ।ପ୍ରଥମ ପର୍ଯ୍ୟାୟରେ ଏହି ପ୍ରକଳ୍ପ ଦ୍ବାରା ୬୦୦୦ ହେକ୍ଟର ଚାଷଜମିକୁ ଜଳସେଚିତ କରା ଯାଇ ପାରିବ ବୋଲି କୁହା ଯାଇଛି। ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଶଙ୍କର ପୁର ଠାରେ ରେଙ୍ଗାଲି ଦକ୍ଷିଣ କେନାଲ ଜଳସେଚନ ପ୍ରକଳ୍ପ ର ଦର୍ପଣୀ ଏବଂ ନରସିଂହପୁର ଶାଖା କେନାଲ ରେ ଆଠଗଡ଼ କୁ ରେଙ୍ଗାଲି କେନାଲ ପାଣି ଆସିବା କୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ଦ୍ବାରା ଆଠଗଡ ବ୍ଲକ ର ୩୯ ଟି ଗାଁ ତିଗିରିଆ ବ୍ଲକ ର ୧୨ ଟି ଗାଁ ଏବଂ ଢେଙ୍କାନାଳ ସଦର ବ୍ଲକ ର ୧୮ ଟି ଗାଁ ର ଚାଷୀ ମାନେ ଉପକୃତ ହୋଇ ପାରିବେ ବୋଲି କୁହାଯାଉଛି। ଏହି କାର୍ଯ୍ୟକ୍ରମରେ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ଢେଙ୍କାନାଳ ସଦର ବିଧାୟକ ସୁଧୀର ସାମଲ, କଟକ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଢେଙ୍କାନାଳ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ରେଙ୍ଗାଲି ମୁଖ୍ୟ ଯନ୍ତ୍ରୀ ପ୍ରଦୀପ କୁମାର ପ୍ରଧାନ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଉଦୟନାଥ ସାହୁ, ଅଧିକ୍ଷଣ ଯନ୍ତ୍ରୀ ଜ୍ଞାନ ରଞ୍ଜନ ନାୟକ, ସତ୍ୟପ୍ରିୟ ବେହେରା, ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଆଠଗଡ଼ ବ୍ଲକ ଅଧ୍ୟକ୍ଷା ମିନତି ଆଚାର୍ଯ୍ୟ, ତିଗିରିଆ ବ୍ଲକ ଅଧ୍ୟକ୍ଷା ସନ୍ଧ୍ୟାରାଣୀ ନାୟକ ଙ୍କ ସହିତ ଅନ୍ୟାନ୍ୟ ଲୋକ ପ୍ରତିିନିଧି ମାନେ ଉପସ୍ଥିତ ରହିଥିଲେ।
Leave A Reply