ଆଠଗଡ଼ ତା ୦୭-୧୨-୨୩ ଆଜି ସନ୍ଧ୍ୟାରେ ଆଠଗଡ଼ ଥାନା ଅନ୍ତର୍ଗତ କୁଲାଇଲୋ ଗ୍ରାମ ର ଗୋବର୍ଦ୍ଧନ ପରିଡ଼ା ଏବଂ ପ୍ରତାପ ପରିଡ଼ା ଙ୍କ ର ଦୁଇ ବଖରା ଘର ଏବଂ ଗୁହାଳ ସଟ୍ ସର୍କିଟ ଯୋଗୁଁ ପୋଡ଼ି ଯାଇଥିବା ଜଣାପଡିଛି। ସନ୍ଧ୍ୟା ସମୟରେ ଘରେ କେହି ନ ଥିବା ବେଳେ ଏହି ବିଦ୍ୟୁତ ସଟ୍ ସର୍କିଟ ହୋଇ ଦୁଇ ଭାଇ ଙ୍କ ର ଅମଳ ହୋଇ ଥୁଆ ହୋଇ ଥିବା ଧାନ ସହିତ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ପୋଡ଼ି ଯାଇଛି।ସଙ୍ଗେ ସଙ୍ଗେ ଆଠଗଡ଼ ଅଗ୍ନିଶମ ବିଭାଗ କୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଉଭୟ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇ ଥିବା ଯୋଗୁଁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।