Odisha news

ଆଠଗଡ଼ ରେ  ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି

0
ଆଠଗଡ଼(ସୁଭେନ୍ଦ୍ର ପଟ୍ଟନାୟକ )ବୈପାରିଗୁଡା ଆଇ ଆଇ ସି ତଥା କଟକ ଜିଲ୍ଲା ତିଗିରିଆ ଥାନାର ପୂର୍ବତନ ଥାନା ଅଧିକାରୀ ସୁଶାନ୍ତ ଶତପଥୀ । ଆଠଗଡ଼ର ବିଧାୟକ ତଥା ମନ୍ତ୍ରୀଙ୍କ ଇଶାରା ରେ କାମ କରିବା ସହ ନିରୀହ ଜନସାଧାରଣଙ୍କୁ ଧମକ ଚମକ ଦେଇ ମିଥ୍ୟା ମୋକଦ୍ଦମା ରେ ଫସାଇ ଦେଉଥିଲେ। ବିଶେଷ କରି ମନ୍ତ୍ରୀ ଙ୍କ ବିରୋଧରେ ଯିଏ ସ୍ଵର ଉତ୍ତୋଳନ କଲା ତାକୁ ଦମନ କରିବା ପାଇଁ  ଥାନା ଅଧିକାରୀ ସୁଶାନ୍ତ ଶତପଥୀ ଙ୍କୁ ଵ୍ୟଵହାର କରୁଥିଲେ। ଏପରିକି ସେଠାରେ ମହିଳା ମାନଙ୍କୁ ନେଇ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଛି ଆଠଗଡ଼ ବିଜେପି।ସେ କାର୍ଯ୍ୟ କରିଥିବା ତିନୋଟି ଜିଲ୍ଲା କଟକ ଜଗତସିଂହପୁର ଏବଂ ରାୟଗଡ଼ା ଏସ ପି ଙ୍କ ର ଶ୍ରୀ ଶତପଥି ଙ୍କ ବିରୁଦ୍ଧରେ ପ୍ରତିକୂଳ ମନ୍ତବ୍ୟ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ  ତାଙ୍କର ପଦୋନ୍ନତି ହେଵା ସହିତ ଗଞ୍ଜେଇ ଚୋରା ଚାଲାଣ ର ପେଣ୍ଠ ସ୍ଥଳୀ ଭାବରେ ପରିଚିତ ଦୁଧିଆଳୀ ଥାନା ବୈପାରୀଗୁଡା ଭଳି ଥାନା ରେ ନିଯୁକ୍ତି ହୋଇ ଥିବା ଅଭିଯୋଗ ହୋଇଛି।ଆଜି ଆଠଗଡ଼ ବିଜେପି ପକ୍ଷରୁ ଏକ  ସାମ୍ବାଦିକ ସମ୍ମିଳନୀ ରେ ଏ ସମ୍ପର୍କରେ ତଥ୍ୟ ରଖି ବିଜେପି ନେତା ଅଭୟ ବାରିକ ମନ୍ତ୍ରୀ ଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବୀ କରିଛନ୍ତି। ତିଗିରିଆ ଥାନା ଅଧିକାରୀ ଥିବା ସମୟରେ ଜଣେ ମହିଳା ନୂଆ ପାଟଣା ଅଞ୍ଚଳ ର ତିଳୋତ୍ତମା ସାମଲ ଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଏବଂ ନିଜ ଭଉଣୀ ଉପରେ ହୋଇ ଥିବା ଦୁର୍ବ୍ୟବହାର ଅଭିଯୋଗ ନେଇ ଯାଇଥିବା ନୂଆ ପାଟଣା ଗ୍ରାମ ର ପ୍ରଭାତ କୁମାର ଜେନା ଙ୍କ ନାମରେ ଓଲଟି ମିଥ୍ୟା ମୋକଦ୍ଦମା ରୁଜ୍ଜୁ କରି ହଇରାଣ କରିଥିବା ପୀଡ଼ିତ ମାନେ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ।   ମନ୍ତ୍ରୀ ଙ୍କ ଵିରୁଦ୍ଧ ରେ ସ୍ଵର ଉତ୍ତୋଳନ କରୁଥିବା ଅଭୟ ବାରିକ ଙ୍କ ନାମରେ ଶ୍ରୀ ଶତପଥି ଅନେକ    ମୋକଦ୍ଦମା କରି ଅପଦସ୍ତ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀ ମାନେ ଅଭୟ ବାରିକ କିଏ ଚିହ୍ନି ନ ଥିବା ଲିଖିତ ଭାବରେ ଦେଵା ପରେ ଉକ୍ତ ମାମଲା ସବୁ ଭିତ୍ତିହୀନ ବୋଲି ପୋଲିସ ପକ୍ଷରୁ ତଦନ୍ତ ପରେ ଜଣା ପଡିଥିଲା ବୋଲି ଶ୍ରୀ ବାରିକ ପ୍ରକାଶ କରିଛନ୍ତି।ପରେ ଶତାଧିକ ବିଜେପି ମହିଳା ଏବଂ ପୁରୁଷ କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ରଥଗଡା ଛକ ଠାରେ ମନ୍ତ୍ରୀ  ଏବଂ ଗିରଫ ପୋଲିସ ଅଧିକାରୀ ସୁଶାନ୍ତ ଶତପଥୀ ଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ନୂତନ ରାଉତ, ସରୋଜ ଦାସ, ହେମନ୍ତ ନାୟକ, ନଚିକେତା ପରମାଣିକ, ପ୍ରଭାତ ଜେନା,ନିବାସ ଜେନା, ବରୁଣ ନାଏକ, ନିରାକାର ସାହୁ, ଧନଞ୍ଜୟ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।
Leave A Reply