Odisha news

ଆଠଗଡ କୃଷି ବିଭାଗ ତରଫରୁ ରବି ୠତୁ ତୈଳବୀଜ ବିହନ ବଣ୍ଟନ।

0
ଆଠଗଡ ୨୨-୧୧-୨୩ ଆଠଗଡ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ ବ୍ଲକ କୃଷି ବିଭାଗ ତରଫରୁ ରବି ୠତୁରେ ତୈଳ ବୀଜ ଚାଷ ପାଇଁ  ଧୂରୁଷିଆ ଇଚ୍ଛାପୁର, ବେଣ୍ଟପଦା, ଖୁଣ୍ଟୁକଟା ପଞ୍ଚାୟତର ୧୪୦ ଜଣ ଚାଷୀ ଙ୍କୁ  ଚିନାବାଦାମ-କାଦ୍ରି ୧୮୧୨ କିସମ ୧୨୫ ଏକର ପାଇଁ କୁଷପଙ୍ଗି, ଗୁରୁଡିଝାଟିଆ, ସମସରପୁର, ବଡଭୂଇଁ, ଜେନାପଦା ରାଧାକିଶୋରପୁର ୮୫ ଜଣ ଚାଷୀଙ୍କୁ ପ୍ରାୟ ୧୨୫ ଏକର  ଜମି ପାଇଁ କେ ବି ଏସ ଏସ ୫୩ କିସମ  ର ସୋରିଷ ବିହନ, ତରଡିଙ୍ଗ, ଯୋରନ୍ଦା, ଦୋରଡ଼ ପଞ୍ଚାଯତର  ଚାଷୀଙ୍କୁ ପ୍ରାୟ ୫୦  ଏକର ଜମି ପାଇଁ  ସୂର୍ଯ୍ୟମୁଖୀ ବିହନ ବଣ୍ଟନ କାର୍ଯ୍ୟକ୍ରମ ବ୍ଲକ କୃଷି ଅଧିକାରୀ ଙ୍କ କାର୍ଯ୍ୟ।ଳୟ ପରିସର ମଧ୍ୟରେ କରା ଯାଇଛି।କୃଷି ସୂଚନା ପରାମର୍ଶ କେନ୍ଦ୍ର  ଅଧକ୍ଷ ରବୀନ୍ଦ୍ର ନାଥ ରାଉତଙ୍କ  ସଭାପତିତ୍ଵରେ  ଅନୁଷ୍ଠିତ।
  ଏହି କାର୍ଯ୍ୟକ୍ରମରେ  ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, ଜ଼ିଲ୍ଲା ପରିଷଦ ସଭ୍ୟ ବଳଭଦ୍ର ବାଘ , ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ନୃସିଂହ ଚରଣ ମହାପାତ୍ର, ସମବାୟବିତ  ଲଳିତେନ୍ଦୁ ସେନାପତି,  ରାଜ୍ୟ ବିହନ ଜୈବିକ ପ୍ରାମାଣିକ ସଂସ୍ଥା ନିର୍ଦ୍ଦେଶକ ନିରାକାର ଲେଙ୍କା ଯୋଗ ଦେଇ ରାଜ୍ୟ ସରକାର କୃଷକମାନଙ୍କ ଆର୍ଥିକ ଉନ୍ନତି ପାଇଁ ବିଭିନ୍ନ ଯୋଜନା  କୃଷି ପାଇଁ ସ୍ୱତନ୍ତ୍ର ବଜେଟ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ   ବ୍ଲକ କୃଷି ଅଧିକାରୀ ପ୍ରିୟନାଥ ପାତ୍ର, ସହକାରୀ କୃଷି ଅଧିକାରୀ ରାକେଶ କୁମାର ରାଉତ ଏହି ଉତ୍ସବରେ ଯୋଗଦେଇ ଉନ୍ନତ ବିହନ ବୈଷୟିକ ଜ୍ଞାନ ଦ୍ଵାରା ଅଧିକ ଅମଳ କରି ଚାଷୀ ଭାଇମାନେ ଆର୍ଥିକ  ସ୍ୱାବଲମ୍ବୀ  ହୋଇପାରିବ ସେନେଇ ଆଲୋଚନା କରିଥିଲେ।
Leave A Reply