ଆଠଗଡ ୩୦-୧୦-୨୩ ଆଠଗଡ ରେ ସାବତ ମାର ମାଡରେ ପୁଅ ଏବଂ ଝିଅ ଗୁରୁତର। ସ୍ଥାନୀୟ ଲୋକଙ୍କ ସହଯୋଗରେ ପୁଅ, ଝିଅଙ୍କୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇଁ ପୋଲିସ ମା କୁ ଆଠଗଡ ଥାନାରେ ଅଟକ ରଖିଛି। ପ୍ରକାଶ ଯୋଗ୍ୟ ବାଙ୍କୀ ପାଥପୁର ଅଞ୍ଚଳର ଶଙ୍କର୍ଷଣ ନନ୍ଦ ଙ୍କ ପୁଅ ସୁନିଲ କୁମାର ନନ୍ଦ ଆଜକୁ ପ୍ରାୟ ୧୪ ବର୍ଷ ତଳେ ଖୋର୍ଦ୍ଧାର ତ୍ରିଭୁବନ ନନ୍ଦ ଙ୍କ ଝିଅ ସୁହାସିନୀ କୁ ବିବାହ କରିଥିଲେ। ତାଙ୍କର ପ୍ରଥମ ସ୍ତ୍ରୀ ଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି। କୌଣସି କାରଣରୁ ତାଙ୍କର ପ୍ରଥମ ବିବାହ ଛାଡ଼ପତ୍ର ପାଇଁ ଚାଲିଥିବା ବେଳେ ଦ୍ୱିତୀୟ ବିବାହ କରିଥିଲେ। ଆଜକୁ ୪ ବର୍ଷ ତଳେ ଯାଜପୁର ର ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ଝିଅ ପୁଷ୍ପଲତା ନନ୍ଦ କୁ ଦ୍ୱିତୀୟ ବିବାହ କରିଥିଲେ। ଦ୍ୱିତୀୟ ପତ୍ନୀ ପଟୁ ତାଙ୍କର ୨ ବର୍ଷ ର ଝିଅ ଅଛି। ଦ୍ୱିତୀୟ ପତ୍ନୀ ତଥା ପୁଅ , ଝିଅ ଙ୍କୁ ଧରି ସୁନିଲ ଆଠଗଡ ଷୋଳଘରିଆ ନିକଟରେ ଆଜକୁ କିଛି ଦିନ ହେବ ଭଡା ନେଇ ରହୁଛନ୍ତି। ସୁନିଲ ଗାଡି ଚଳାଚଳ କରେ। ସୋମବାର ବୋଲର ଗାଡ଼ିର ମରାମତି ପାଇଁ ଯାଇଥିଲେ।ଏହି ସମୟରେ ସୁନିଲ ର ଦ୍ୱିତୀୟ ପତ୍ନୀ ତାର ସାବତ ପୁଅ , ଝିଅକୁ ମରଣାନ୍ତକ ଆକ୍ରମଣ କରିଥିଲେ। , ଲୁହା ଖଡିକା , ଶଣ୍ଡୁଆସି, ଏବଂ ରଶିରେ ଵାନ୍ଧି ପୁଅ ସୌରଭ ନନ୍ଦ(୧୩) , ଝିଅ ସୌମ୍ୟାଶ୍ରୀ ନନ୍ଦ (୧୦) କୁ ଆକ୍ରମଣ କରିଥିଲେ। ଦୁଇ ଜଣ ଶିଶୁ ଖାଇବାକୁ ମାଗିଲେ ମାଡ଼ ମାରିବା। ଏପରିକି ଦୀର୍ଘ ଦିନ ଧରି ଏହି ଦୁଇ ଶିଶୁଙ୍କୁ ସାବତମା ନିର୍ଯ୍ୟାତନା ଦେଇଆସୁଛନ୍ତି । ସାବତମା ମାଡ଼ ସହି ନପାରି ସୋମବାର ଦିନ ଦୁଇ ଶିଶୁ ରାସ୍ତା ଉପରକୁ ଚାଲିଆସିଥିଲେ। ଦୁଇ ଶିଶୁ ଗୁରୁତର ଅବସ୍ଥା ଥିବା ଦେଖି ସାହି ପଡିଶା ଲୋକମାନେ ତାଙ୍କୁ ଉଦ୍ଧାର କରି ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ଖବର ପାଇଁ ଆଠଗଡ ପୋଲିସ ସାବତ ମା କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।