Odisha news

ବିଦ୍ୟାଳୟ ସ୍ତରୀୟ କୃତି କ୍ରୀଡାବିତ୍ ମାନଙ୍କୁ ସମ୍ବର୍ଦ୍ଧନା।

0
ଆଠଗଡ଼ ତା ୨୦-୦୯-୨୩ କଟକ ଜିଲ୍ଲା କ୍ଯାନ୍ କି ଡୋ ଆସୋସିଏସନ୍, ଆଠଗଡ଼ ପକ୍ଷରୁ ପୁରୀ ରେ ଆୟୋଜିତ ହୋଇଥିବା ରାଜ୍ୟ ବିଦ୍ୟାଳୟ ସ୍ତରୀୟ ସରକାରୀ କ୍ରୀଡ଼ା ପ୍ରତିଯୋଗିତାରେ ୧୪ ବର୍ଷ ରୁ କମ୍ ବୟସ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ପାଇଥିବା ସୌମ୍ୟରଞ୍ଜନ ସାମନ୍ତରାୟ, କାଂସ୍ଯ ପଦକ ପାଇଥିବା  ଦ୍ଵୀତିକୃଷ୍ଣ ସାହୁ, ସ୍ନେହାଶିଷ ସ୍ୱାଇଁ,୧୭ ବର୍ଷ କମ୍ ବୟସର କାଂସ୍ଯ ପଦକ ପାଇଥିବା ସ୍ଵରାଜ୍ ସାମଲ ଏବଂ ଛାତ୍ରୀ ପ୍ରିୟଦର୍ଶିନୀ ବାରିକ୍ ଙ୍କୁ ସମସରପୁର ସ୍ଥିତ ସାବିତ୍ରୀ ରଥ ବିଦ୍ୟାପୀଠ ଠାରେ ଉତ୍ତରୀୟ,ପୁଷ୍ପମାଳ ଓ ସ୍ଵାଧୀନତା ସଂଗ୍ରାମୀ ମାନଙ୍କର  ଜୀବନୀ ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଏଥିରେ ଆସୋସିଏସନ୍ ସଭାପତି ରୁଦ୍ର ଚରଣ ମହାନ୍ତି, ଉପ ସଭାପତି ଶ୍ୟାମ ପ୍ରସାଦ ପଣ୍ଡା, ମୁଖ୍ୟ ପ୍ରଶିକ୍ଷକ ସନ୍ତୋଷ କୁମାର ବେହେରା, ଜିଲ୍ଲା କିକ୍ ବକ୍ସିଂ ସଂଘର ସମ୍ପାଦକ ଅଞ୍ଜନ ଦାସ, ସଂପାଦକ ବଦ୍ରିନାରାୟଣ ବାହିନୀପତି, କୋଷାଧ୍ୟକ୍ଷ ରାହୁଲ କୁମାର ଜେନା, କ୍ରୀଡାବିତ୍ ଅଂଶୁମାନ ରାଉତ,ସ୍ମୂତି ରଞ୍ଜନ ସାମଲ,ତୁଷାର ସେନାପତି ଉପସ୍ଥିତ ରହି କୃତି କ୍ରୀଡାବିତ୍ ମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
Nalco
Leave A Reply