Odisha news

 ସଡ଼କ ଦୁର୍ଘଟଣାରେ ଯୁବକ ମୃତ୍ୟୁ

0
ନିରାକାରପୁର,୨୦/୯ : ଖୋର୍ଦ୍ଧା ଜିଲ୍ଲା ବଡପୋଖରୀଆ ସୁନେଲି ରୂପେଇ ଛକ ନିକଟ   ୧୬ ନଂ ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି  ।  ଗୁରୁତର ଆହତ ଯୁବକ ଜଣକ ଟାଙ୍ଗୀ ଥାନା ମଙ୍ଗଲାଯୋଡ଼ି  ଗ୍ରାମର ୩୦ ବର୍ଷିୟ ଯୁବକ ବୁଲୁ ବେହେରା ବୋଲି ସୂଚନା ମିଳିଛି।ବୁଲୁ ନିଜର ବାଇକ ନଂ ଓଡ଼ି ୨୫ ବି ଏଲ ୭୪୫୮ ଗାଡ଼ିରେ ଭୁବନେଶ୍ବର ଯାଉଥିବାବେଳେ   ସୁନେଲି ରୂପେଇ ଛକ ନିକଟରେ ଏକ ଅଟୋ ନଂ ଓଆର ୦୨ ଏ ଜେଡ ୭୪୭୧ ବୁଲୁ ବାଇକ କୁ ଧକ୍କା ଦେଇଥିବା ଜଂକିଆ ଥାନା ରେ ଅଭିଯୋଗ ହୋଇଛି। ଜଂକିଆ ପୋଲିସ ବୁଲୁ କୁ ଗୁରୁତର ଆହତ ଅବସ୍ଥା ରେ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ହସପିଟାଲ ପଠାଇଥିଲା କିନ୍ତୁ ଚିକିତ୍ସିତ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

Leave A Reply