Odisha news

ଆଜି ଶ୍ରାବଣର ଶେଷ ସୋମବାର : ଧବଳେଶ୍ୱରଙ୍କ ପୀଠରେ ୨୦ ହଜାରରୁ ଉର୍ଦ୍ଧ୍ଵ କାଉଡ଼ିଆ 

0
◆ ଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ ଫୋର୍ସ ସହିତ ୬ ଡ଼ିଏସପି, ୭ ଏସଆଇ ଓ ୧୪ ଜଣ ସବିନ୍ସପେକ୍ଟର ଉପସ୍ଥିତ
● ମଧ୍ୟରାତ୍ରୀରେ  ଉଦଯାପିତ ହେଲା ଧବଳେଶ୍ୱରଙ୍କ ଶ୍ରାବଣୀ ମେଳା
ଆଠଗଡ଼ ତା ୨୮-୮-୨୪ ଶ୍ରାବଣ ମାସର ଶେଷ ସୋମବାର ଧବଳେଶ୍ୱରଙ୍କ ଠାରେ ଜଳାଭିଷେକ କରିଛନ୍ତି ୨୦ ହଜାରରୁ ଉର୍ଦ୍ଧ୍ଵ କାଉଡ଼ିଆ । ରାଜ୍ୟର ବିଭିନ୍ନ  ଅଂଚଳରୁ ରବିବାର ସନ୍ଧ୍ୟା ସୁଦ୍ଧା ନୂତନ କଂକ୍ରିଟ ସେତୁ ଦେଇ ହଜାର ହଜାର  କାଉଡ଼ିଆଙ୍କ ଭିଡ଼ ଲାଗି ରହିଥିଲା । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଗୁରୁଡ଼ିଝାଟିଆ ପୋଲିସ ପକ୍ଷରୁ ୨ ପ୍ଲାଟୁନ ଫୋର୍ସ ମୁତୟନ  କରାଯାଇଥିଲା । ଏମାନଙ୍କୁ ପରିଚାଳନା କରିବାକୁ ୬ ଜଣ ଡ଼ିଏସପି, ୭ ଜଣ ଏସଆଇ, ୧୪ ଜଣ ଏଏସଆଇ ଓ ୫୦ରୁ ଉର୍ଦ୍ଧ୍ଵ ହୋମଗାର୍ଡ ମୁତୟନ ଥିଲେ ।  ଧବଳେଶ୍ୱରଙ୍କ ପୂଜକ ସମାଜ ପକ୍ଷରୁ ନୀତି  ପୂଜକ ମାନେ ରାତି ୨ଟାରୁ ମନ୍ଦିର ପହଡ଼ ଖୋଲି ଶ୍ରୀମୁଖ ପଖ୍ୟାଳନ ସହିତ ମଙ୍ଗଳ ଆଳତି ଓ ସ୍ନାନାଦୀ ସମସ୍ତ ନୀତି କାନ୍ତି ଶେଷ କରିଥିଲେ ।  ରାତି ସାଢ଼େ ୨ ଟା ଠାରୁ ସର୍ବସାଧାରଣଙ୍କ ଦର୍ଶନ ଲାଗି ମନ୍ଦିର ଦ୍ୱାର  ଖୋଲା ଯାଇଥିବା ଦେଉଳିକରଣ ସାଗର ଦାସ କହିଛନ୍ତି । କାଉଡ଼ିଆ ମାନେ  ଯେପରି ନିର୍ବିଘ୍ନରେ ମୁଖଶାଳାରେ ଧବଳେଶ୍ବରଙ୍କ ଚଳନ୍ତି ପ୍ରତିମାରେ ଜଳ ଅଭିଷେକ ସାରି ମନ୍ଦିର ଭିତରେ ଯାଇ  ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ  ସେଥିପାଇଁ ଗ୍ରାମାଞ୍ଚଳ ଏସ୍ପି  ମିହିର କୁମାର ପଣ୍ଡାଙ୍କ ନିର୍ଦ୍ଦେଶରେ ପୋଲିସ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିଲା ।
Leave A Reply