ଆଠଗଡ଼ ତା ୯-୮-୨୩ ଗତକାଲି ୫ ଟି ସଚିବ ଭି କେ ପାଣ୍ଡିଆନ୍ ଆଠଗଡ଼ ଗସ୍ତ ରେ ଆସିଥିବା ବେଳେ କଲେଜ୍ ଛାତ୍ରଛାତ୍ରୀ ଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ଖୁସିର ଖବର ଦେବେବୋଲି ଘୋଷଣା କରିଥିଲେ। ଆଜି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନା ରେ ଆଠଗଡ଼ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଉଚ୍ଚ ଶିକ୍ଷା ଅନୁଷ୍ଠାନ କୁ ସାଢେ଼ ୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଏକ ସାମ୍ୱାଦିକ ସମ୍ମିଳନୀରେ ଆଠଗଡ଼ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ କୁହାଯାଇଛି। ଆଜି ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଏକ ସାମ୍ୱାଦିକ ସମ୍ମିଳନୀରେ ନଗର ବିଜେଡି ସଭାପତି ଶିଶିର ପ୍ରସାଦ ମାନସିଂହ,ଯୁବ ବିଜେଡି ସଭାପତି ଶିବ ଶଙ୍କର ଜେନା, ଛାତ୍ର ବିଜେଡ଼ି ସଭାପତି ଖଲିଦ ମହମ୍ମଦ, ବ୍ଲକ ଛାତ୍ର ବିଜେଡି ସଭାପତି ସତ୍ୟପ୍ରିୟ ମହାନ୍ତି , ଛାତ୍ର ନେତ୍ରୀ ପ୍ରଜ୍ଞା ରାଣୀ ପରିଡ଼ା ପ୍ରମୁଖ ଏଥିପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ମିଳିଥିବା ସୂଚନା ଅନୁଯାୟୀ ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୫୦ ଲକ୍ଷ, ଆଠଗଡ଼ ଗୋପବନ୍ଧୁ ମହିଳା କନିଷ୍ଠ ମହାବିଦ୍ୟାଳୟ ପାଇଁ ୨୫ ଲକ୍ଷ,କଖଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୫୦ ଲକ୍ଷ,ନୂଆପାଟଣା ଚୈତନ୍ୟ ସାହୁ କନିଷ୍ଠ ବିଜ୍ଞାନ ଓ କଳା ମହାବିଦ୍ୟାଳୟ ପାଇଁ ୫୦ ଲକ୍ଷ, ତିଗିରିଆ କଳିଙ୍ଗ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ୨୫ ଲକ୍ଷ, ଆଠଗଡ଼ ଗୋପବନ୍ଧୁ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପାଇଁ ୧ କୋଟି , ଖୁଣ୍ଟୁଣୀ ରାଧାନାଥ ରଥ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟ ପାଇଁ ୫୦ ଲକ୍ଷ,ବାଳୀ ଧବଳେଶ୍ଵର ବିଜ୍ଞାନ ଓ ବୈଷୟିକ ଡିଗ୍ରୀ ମହାବିଦ୍ୟାଳୟ ପାଇଁ ୨୫ ଲକ୍ଷ,ଗୁରୁଡିଝାଟିଆ ଧବଳେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ ପାଇଁ ୫୦ ଲକ୍ଷ, ଆଠଗଡ଼ ମହିଳା ଡିଗ୍ରୀ ମହାବିଦ୍ୟାଳୟ ପାଇଁ ୨୫ ଲକ୍ଷ, ନୂଆପାଟଣା ଚୈତନ୍ୟ ସାହୁ ବିଜ୍ଞାନ ଓ କଳା ଡିଗ୍ରୀ ମହାବିଦ୍ୟାଳୟ ପାଇଁ ୫୦ ଲକ୍ଷ, ତିଗିରିଆ ପ୍ରସନ୍ନ ପୁରୁଷୋତ୍ତମ ଦେବ ମହାବିଦ୍ୟାଳୟ ଡିଗ୍ରୀ ପାଇଁ ୨୫ ଲକ୍ଷ ଟଙ୍କା ଦିଆଯାଇଛି। ଏହି ଅର୍ଥରେ ନୂତନ ଶ୍ରେଣୀ ଗୃହ, ସ୍ମାର୍ଟ କ୍ଲାସ,ଇ ଲାଇବ୍ରେରୀ, ବିଜ୍ଞାନ ଲବ୍ରୋଟରି, ଉନ୍ନତ ସୈଚାଳୟ, ପାନୀୟଜଳ ତଥା ଖେଳ ପଡିଆ ନିର୍ମାଣ ପାଇଁ ଏହି ଅର୍ଥ ବ୍ୟବହୃତ ହେବ।