ଆଠଗଡ ତା ୫-୮-୨୩ ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ ଅବସରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା ଶିବିରରେ ମେଡ଼ିକାଲ ସୁପରିଟେଣ୍ତ ଡ. ବିଜୟ କୁମାର ମିଶ୍ର , ସିଡିପିଓ ନିବେଦିତା ରାୟ , ଶିଶୁ ରୋଗ ବିଶେଷଙ୍କ ଡ.ମାନସ ରଞ୍ଜନ ପାଣି ,ପୃଷ୍ଟି ପରାମର୍ଶଦାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ , ସୁଜାତା ମାଝୀ , ହସପିଟାଲ ମ୍ୟାନେଜର ପୂଜାଲିନ ମିଶ୍ର ପ୍ରମି ଯୋଗ ଦେଇଥିଲେ। ଶିଶୁ ଜନ୍ମ ହେବା ମାତ୍ରେ ତାକୁ ମା ର କଷ କ୍ଷୀର ଦେବା ଉଚିତ। ମା ର କଷ କ୍ଷୀର ଶିଶୁ ପାଇଁ ସବୁଠାରୁ ଶ୍ରେଷ୍ଠ। ଜନ୍ମ ଠାରୁ ଛ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା କ୍ଷୀର ପାନ କରାଇବା ଉଚିତ। ଏହା ଦ୍ଵାରା ଶିଶୁର ଶାରୀରିକ , ମାନସିକ ସ୍ତରରେ ଉନ୍ନତି ଘଟିଥାଏ ବୋଲି ମଞ୍ଚାସିନ ଅତିଥି ମାନେ ପ୍ରକାଶ କରିଥିଲେ।