Odisha news

ଅତର୍କିତ ଗୁଳିକାଣ୍ଡ : ତିନି ଜଣ ଗୁରୁତର , କଟକ ସ୍ଥାନାନ୍ତରିତ।

0

ଆଠଗଡ଼ ତା ୧୨-୦୨-୨୩ ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମ ରେ ଗୁଳିକାଣ୍ଡ ଘଟିଛି। ଏଥିରେ ତିନି ଜଣ ଗୁରୁତର ଆହତ ହୋଇ ପ୍ରଥମେ ଆଠଗଡ଼ ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଥିବା ଜଣାପଡିଛି। ଘଟଣା ରୁ ପ୍ରକାଶ ଯେ ଆଠଗଡ଼ ଥାନା ଅନ୍ତର୍ଗତ ଜେନାପଦା ଗ୍ରାମ ରେ ତିଗିରିଆ ଥାନା ଅନ୍ତର୍ଗତ ହରିଡା ପଶି ଗ୍ରାମ ର ସଦାନନ୍ଦ ଦାସ (୪୦) ଓରଫ୍ ଲିଟୁନା ମାମୁଁ ଘରେ ରହି ପାଠ ପଢ଼ିବା ସହିତ ଭାରତୀୟ ସେନା ବାହିନୀ ରେ ଚାକିରି କରି ଅବସର ନେଇଛନ୍ତି।ଅବସର ଗ୍ରହଣ କରିବା ପରେ ୬୫ ନଂ ରାଜ୍ୟ ରାଜପଥ ମାରୁଗୋଠ ଛକ ରେ ଘର କରି ରହିବା ସହ ଏକ ସର୍ଭିସିଂ ସେଣ୍ଟର କରିଛନ୍ତି।ମାମୁଘର ଜେନାପଦା ଗ୍ରାମ ର ସେନା ବାହିନୀ ରେ ଚାକିରି କରିଥିବା ଜନୈକ ବ୍ୟକ୍ତି ଙ୍କ ସ୍ତ୍ରୀ ସହିତ  କୁ ନେଇ ଲିଟୁନା ଗତ ଏକ ମାସ ତଳେ ସୋସିଆଲ ମିଡ଼ିଆ ରେ ଉଭୟ ଙ୍କ ମିଳିତ ଫଟୋ ଛାଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।ପରେ ଉଭୟ ମଧ୍ୟରେ ବୁଝାମଣା ମାମଲା ଶାନ୍ତ ପଡିଥିଲା।

ଆଜି ଅପରାହ୍ନ ପ୍ରାୟ ଚାରି ଟା ସମୟରେ ଲିଟୁନା ଜେନାପଦା ଗ୍ରାମ କୁ ଯାଇ ଥିବା  ବେଳେ ଉକ୍ତ ମହିଳା ଙ୍କ ଶଶୁର ବଂଶୀଧର ନାୟକ,(୬୦), ଦାଦା ଶଶୁର ଦୀନବନ୍ଧୁ ନାୟକ, ଏବଂ ଦିଅର ଜିତୁନା ନାୟକ ଏହାକୁ ବିରୋଧ କରିଥିଲେ। ଫଳରେ ଉଭୟ ଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଅଭିଯୁକ୍ତ ଲିଟୁନା ନିଜ ବନ୍ଧୁକ ରୁ ସାତ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି।ସେଥି ମଧ୍ୟରୁ ବଂଶୀଧର ଙ୍କ ଠାରେ ତିନୋଟି, ଦୀନବନ୍ଧୁ ଙ୍କ ଠାରେ ତିନୋଟି ଏବଂ ଜିତୁନା ଠାରେ ଗୋଟିଏ ଗୁଳି ବାଜିଛି। ଗୁଳି ମାଡ଼ ପରେ ସ୍ଥାନୀୟ ଲୋକଙ୍କ ସହିତ ପରିବାର ଲୋକେ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାନ୍ତି ଏବଂ ଏସ୍ ଦୁଆ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଯୋଗୁଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇ ଦେଇଛନ୍ତି।  ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମଗ୍ର ତଦନ୍ତ ଆରମ୍ଭ କରିଛି। ଖବର ଲେଖା ହେଲା ବେଳକୁ ଆଠଗଡ଼ ଥାନା ରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଏ ସଂପର୍କରେ ପୋଲିସ ପକ୍ଷରୁ କୌଣସି ସୂଚନା ମିଳି ପାରି ନାହିଁ।

Nalco
Leave A Reply