Odisha news

ବାପଚେଉଣ୍ଡ ଝିଅର ବାହାଘର କଲେ ମନ୍ଦୀର କମିଟି

0
ଜମନକିରା ୧୧/୨୩: ଜମନକିରା ବ୍ଲକ ସୁବର୍ଣ୍ଣପାଲି ପଞ୍ଚାୟତ ଅନ୍ତର୍ଗତ ନୁଆଗାଁର ବାପଚେଉଣ୍ଡ ଝିଅ ଦୀପା ରାଉତଙ୍କ ସାଗଡେଶ୍ୱର୍ ମନ୍ଦୀର ପରିଚାଳନା କମିଟି ସ୍ଥାନୀୟ ଲୋକଙ୍କ ସହାୟତାରେ ବିବାହ କରାଇଛନ୍ତି। ଦିପା ଓ ତାଙ୍କ ଅନ୍ୟ ୫ ଭାଇଭଉଣୀ ଛୋଟ ଥିବାବେଳେ ନିଜ ପିତାଙ୍କୁ ହରାଇଥିଲେ। ଦିପା ଦୀନ ମଜୁରିଆ ଭାବେ ପରିବାର ଚଳାଉଥିଲେ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବଳାନି ନିବାସୀ ଜୟକୃଷ୍ଣ ମହାକୁଲ୍ ଙ୍କ ସହିତ ତାଙ୍କ ବିବାହ ସ୍ଥିର ହୋଇଥଲା। ମାତ୍ର ବିବାହ ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିଲା। ଏଭଳି ସ୍ଥିତିରେ ସହାୟତା ପାଇଁ ସ୍ଥାନୀୟ ସାଗଡେଶ୍ୱର୍ ମନ୍ଦୀର ପରିଚାଳନା କମିଟି ଆଗେଇ ଆସିଥିଲା। ସ୍ଥାନୀୟ ଲୋକେ ବି ସହାୟତାର ହାତ ବଢ଼ାଇଥିବା ବେଳେ ଆଜି ମନ୍ଦୀର ପରିସରରେ ଦିପାଙ୍କ ବିବାହ ସମ୍ପନ୍ନ ହୋଇଛି। ମନ୍ଦୀର ପରିଚାଳନା କମିଟିର ସଭାପତି ରୁଦ୍ର ନାରାୟଣ ବେହେରା, ସୁମନ୍ତ ବେହେରା, ଗଣେଶ ଗୁପ୍ତା, ଶଶୀଭୂଷଣ ବଢେଇ, ମଳୟ ବେହେରା, ବିକାଶ ମାହାକୁଲ, ନୃପଳାଲ ପଳେଇ, କରୁଣାକର କିସନ୍, ମିତ୍ର ରାଏ,ବାବୁନି 4ମହାନ୍ତି ପ୍ରମୁଖ ସହଯୋଗ କରିଥିବା ଵେଳେ ପୂଜକ ଜୟନ୍ତ ଶର୍ମା ବିବାହ କାର୍ଯ୍ଯ ସମ୍ପାଦନ କରିଥିଲେ।
Nalco
Leave A Reply