ଗୁରୁବାର ରେ ଆଷ୍ଟ୍ରୋ ଟିପ୍ସ : ଧନର ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଜୀବନ ରେ କରନ୍ତୁ ନାହିଁ ଏହିସବୁ ଭୁଲ
ପ୍ରତ୍ୟେକ ମଣିଷ ଗୁରୁବାରଦିନ ଧନ ର ଦେବୀ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା କିଛି ନା କିଛି ଉପାୟ କରି ଥାଆନ୍ତି, କାହିଁକି ପ୍ରତ୍ୟେକ ମଣିଷ ନିଜ ଜୀବନ ରେ ସୁଖସମୃଦ୍ଧି ଲାଭ କରିବା ପାଇଁ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାକୁ ପଛାଇ ନଥାଆନ୍ତି l କିନ୍ତୁ ବେଳେବେଳେ ମା ଲକ୍ଷ୍ମୀଙ୍କ କୃପା ମଧ୍ୟ ଲାଭ ହେବାରେ ବିଭିନ୍ନ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ ଅର୍ଥାତ ଲକ୍ଷ୍ମୀ ଆମ ଉପରେ ଅସନ୍ତୁଷ୍ଟ ହୋଇ ଥାଆନ୍ତି l କିନ୍ତୁ ଏହା ପଛରେ ଅନ୍ୟ କାରଣ ମଧ୍ୟ ରହିଥାଏ l ଯେଉଁ ବିଷୟରେ ବ୍ୟକ୍ତି ଠିକ ଭାବରେ ଜାଣିପାରି ନଥାଏ l ଆସନ୍ତୁ ଜାଣିବା କେଉଁସବୁ କାରଣ ଯୋଗୁଁ ମାଲକ୍ଷ୍ମୀ ନିଜ ଭକ୍ତ ମାନଙ୍କ ନିକଟରୁ ଅସନ୍ତୁଷ୍ଟ ହୋଇ ଥାଆନ୍ତି l
– ମା ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଉପରେ ଅସନ୍ତୁଷ୍ଟ ରୁହନ୍ତି, ଯେଉଁମାନେ ବିଳମ୍ବିତ ରାତିଯାଏ ଉଜାଗର ରହି ଥାଆନ୍ତି, ଯେଉଁ କାରଣରୁ ସକାଳୁ ଡେରିରେ ଶଯ୍ୟା ତ୍ୟାଗ କରନ୍ତି l ଶାସ୍ତ୍ରରେ କୁହାଯାଇଛି ଯେ ଏଭଳି ବ୍ୟକ୍ତି ପରିଣାମ ସ୍ୱରୂପ ଏଭଳି ଲୋକେ ସ୍ୱଭାବରେ ଅଳସୁଆ ହୋଇଯିବା ଦ୍ୱାରା ଲକ୍ଷ୍ମୀ ଅଳସୁଆ ବ୍ୟକ୍ତିଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଥାଆନ୍ତି l ଏଭଳି ଲୋକେ ଯଦିବି ଧନ ରୋଜଗାର କରିବାରେ ସକ୍ଷମ ମଧ୍ୟ ହୁଅନ୍ତି ନାହିଁ ଓ ଦରିଦ୍ରତା ର ମଧ୍ୟ ସାମ୍ନା କରିବାକୁ ପଡିଥାଏ l
– କଥାରେ ଅଛି କର୍ମ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ l ଯେଉଁ ବ୍ୟକ୍ତି ନିଜ କର୍ତବ୍ୟରେ ନିଷ୍ଠା ଓ ଧର୍ଯ୍ୟ ରଖି ଜୀବନ ରେ ଆଗେଇ ଚାଲିଥାଏ ତା ଉପରେ ମାତା ଲକ୍ଷ୍ମୀ ସର୍ବଦା ସନ୍ତୁଷ୍ଟ ରୁହନ୍ତି ଓ ଯେଉଁ ବ୍ୟକ୍ତି ନିଜ କର୍ମ କ୍ଷେତ୍ରରେ ଠକି ଥାଏ ଓ ନିଷ୍ଠା ରଖି ନଥାଏ ସେ ସର୍ବଦା ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥାଏ l ଏହାଛଡା ଗୁରୁବାର ଦିନ ମତ ଲକ୍ଷ୍ମୀଙ୍କ ବିଶେଷ ଦିନ ହୋଇଥିବା କାରଣରୁ ଲକ୍ଷ୍ମୀଙ୍କ ନିକଟରେ ନିଷ୍ଠାର ସହିତ ପୂଜାର୍ଚନା କରିବା ଜରୁରୀ l
– ଜୀବନ ରେ କଦାପି କାହାର ଆଲୋଚନା କରିବା ଉଚିତ ନୁହେଁ, କାରଣ ଯେଉଁ ବ୍ୟକ୍ତି ପର ଆଲୋଚନା କରିଥାଏ ଓ ପର ନିନ୍ଦା କରଥାଏ ସେ କଦାପି ଜୀବନ ରେ ଆଗକୁ ବଢ଼ିପାରି ନଥାଏ l ପର ଆଲୋଚନା ଓ ପରନିନ୍ଦା କରିଥାଏ ସେ ଯେତେ ପୂଜାର୍ଚନା କଲେ ସୁଧା ଜୀବନ ରେ ଲକ୍ଷ୍ମୀଙ୍କ କୃପା ଲାଭ କରିପାରି ନଥାଏ l ତେଣୁ ଜୀବନ ରେ କଦାପି ପରନିନ୍ଦା ପର ଆଲୋଚନା ପର ପ୍ରତି ଅପଶବ୍ଦ ପ୍ରୟୋଗ କରିବା ଉଚିତ ନୁହେଁ l
– ନାରୀ ହେଉଛି ଶକ୍ତି ଓ ଲକ୍ଷ୍ମୀଙ୍କ ରୂପ ଅଟେ l ତେଣୁ ଲକ୍ଷ୍ମୀ ସେହି ବ୍ୟକ୍ତି ଉପରେ ଅସନ୍ତୁଷ୍ଟ ହୁଅନ୍ତି ଯେଉଁ ବ୍ୟକ୍ତି ଜୀବନ ରେ ସର୍ବଦା ନାରୀକୁ ଅସମ୍ମାନ କରିବା ସହିତ ନାରୀ ପ୍ରତି କଟୁ ଭାଷା ପ୍ରୟୋଗ କରିଥାଏ l ତେଣୁ ସବଠୁ ଆଗରେ ସର୍ବଦା ନାରୀକୁ ସମ୍ମାନ ଦେବା ଜରୁରୀ l ଯେଉଁ ଗୃହରେ ନାରୀକୁ ଉଚିତ ମର୍ଯ୍ୟାଦା ଦିଆଯାଏ ନାହିଁ ସେଠାରେ ଲକ୍ଷ୍ମୀଙ୍କ ଆଶୀର୍ବାଦ ରୁହେ ନାହିଁ l
– ଗୁରୁଜନ ଙ୍କୁ ସର୍ବଦା ଈଶ୍ୱରଙ୍କ ସ୍ଥାନରେ ରଖିବା ଜରୁରୀ, କାରଣ ଗୁରୁଜନ କୁ ଯେଉଁ ନାରୀ ଅସମ୍ମାନ କରିଥାଏ ସେ କଦାପି ଐଶ୍ୱର୍ଯ୍ୟ ଲାଭ କରିପାରି ନଥାଏ l ତା ଉପରେ ମା ଲକ୍ଷ୍ମୀ ସର୍ବଦା ହୁଅନ୍ତି ଅସନ୍ତୁଷ୍ଟ l