Odisha news

ଅସ୍ତରଙ୍ଗ : କରୋନା ଚଡକ ବିକ୍ରି ହୋଇପାରୁନି ପାନ , ଚିନ୍ତାରେ ପାନଚାଷୀ

0

ଅସ୍ତରଙ୍ଗ ୩୧ / ୦୩ : ଅସ୍ତରଙ୍ଗ ବ୍ଲକ ପାନଚାଷୀ ବର୍ତ୍ତମାନ ଚିନ୍ତାରେ । ଏକ ମାସରୁ ଉର୍ଦ୍ଧ ହେବ ପାନ ଅସ୍ତରଙ୍ଗ ଠାରୁ ପିପିଲି ଓ ନୟାହାଟ ନଯାଇପାରିବାରୁ ପାନ ଚାଷୀଙ୍କ ପରିବାର ଦୟନୀୟ ଅବସ୍ଥାରେ । ୨୦୧୯ ମସିହାରେ ମେ ୨ ତାରିଖ ହୋଇଥିବା ଫନି ଦ୍ୱାରା କ୍ଷତିଗ୍ରସ୍ଥ ପାନ ଚାଷୀଙ୍କୁ ଅଦ୍ୟାବଧି ସରକାରୀ କ୍ଷତିପୁରଣ ମିଳି ନଥିବା ବେଳେ ଏବେ ମହାମାରି କରୋନା ପାନ ଚାଷିଙ୍କ ଚିନ୍ତା ଆହୁରି ବଢ଼ାଇ ଦେଇଛି । ଫନି ଦ୍ୱାରା ଅସ୍ତରଙ୍ଗ ଅଂଚଳରେ ହଜାର ହଜାର ପାନଚାଷୀଙ୍କ ପାନ ବରଜକୁ ମାଟିରେ ମିଶାଇ ଦେଇଥିଲା ।କିନ୍ତୁ ଏବେ କରୋନା ଯୋଗୁଁ ଚାଷି ବଜାରକୁ ପାନ ବିକ୍ରି କରି ପାରୁନାହିଁ କି ଅସ୍ତରଙ୍ଗ ଠାରୁ ନୟାହାଟ ଓ ପିପିଲି ପାନ ପଠାଇ ପାରୁନାହିଁ । ଏହି ପାନ ନୟାହାଟ ଓ ପିପିଲି ଠାରୁ ପଶ୍ଚିମବଙ୍ଗ , ବିହାର, ଛତିଶଗଡ, ମହାରାଷ୍ଟ୍ର ଆଦି ରାଜ୍ୟକୁ ପଠାଯାଇଥାଏ । ପାନ ଏକ ଔଷଧିୟ ଦ୍ରବ୍ୟ ହୋଇଥିବାରୁ ପାନକୁ ସେଠାକାର ବ୍ୟବସାୟୀ ମାନେ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ହେଲେ ବର୍ତ୍ତମାନ ପରିସ୍ଥିତିରେ ସ୍ଥାନୀୟ ଅଂଚଳର ପାନ ଚାଷି ମାନେ ପାନ ପତ୍ର ବିକି୍ର ନକରି ପାରିବା ଫଳରେ ପାନ ବରଜ ଏବେ ସଂଗୀନ ଅବସ୍ଥାକୁ ଗତି କଲାଣି । ଲକ୍-ଡାଉନ୍ ଥିବାରୁ ପାନ ଚାଷୀ ନା ତାର ପାନ ବିକ୍ରି କରିପାରୁଛି ନା ନିଜର ପରିବାରକୁ ଭରଣ ପୋଷଣ କରିପାରୁଛି । ଅପର ପକ୍ଷରେ ଚାଷୀ ମାନେ ଧାର , କରଜ କରି ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ପାନ ବରଜକୁ ନିର୍ମାଣ କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରିଥିଲେ ଓ ୩ ଫୁଟ ଉଚ୍ଚର ମାଟି ପକାଇ ବରଜ ନିର୍ମାଣ କରିଥିଲେ । ହେଲେ ଚାଷୀ ମାନେ ଏତେ ଅକ୍ଲାନ୍ତ ପରିଶ୍ରମ କରି ପାନଚାଷ କରିଥିବା ବେଳେ ଅସ୍ତରଙ୍ଗ ଅଂଚଳର ଲୋକ ମାନେ ପାନ, ଧାନ, ଦୁଗ୍ଧ ଓ ମୀନ ଚାଷ କରି ନିଜର ଜୀବିକା ନିର୍ବାହ କରୁଥିଲେ ହେଁ , ବର୍ତ୍ତମାନ ପରିସ୍ଥିତିରେ ଏହି ସବୁ ଜିନିଷ ବକ୍ରି ନହୋଇ ପାରିବାରୁ ଚାଷିକୂଳ ହତୋସôାହ ହୋଇପଡିଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ଅସ୍ତରଙ୍ଗ ଉପକୂଳର ପାନଚାଷୀଙ୍କ ତରଫରୁ ନିବେଦନ କରାଯାଇଅଛି ।

Leave A Reply