Odisha news

ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସମ୍ମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ

0

ଅସ୍ତରଙ୍ଗ : ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ସମ୍ମନ୍ୱିତ ସ୍ୱାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଆରମ୍ଭ କରାଯାଇଅଛି । ଏହି ଅଭିଯାନ ଜୁନ୍ ୧୬ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ମୂଖ୍ୟ ଚିକିତ୍ସ୍ୟା ଅଧିକାରୀ ଡ. ସଂଜୟ କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।

ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ଗାଁ କଲ୍ୟାଣ ସମିତି ଗୁଡିକର ଅଧିନରେ ଚାଲିବାକୁ ଥିବା ଏହି ଅଭିଯାନରେ , ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ୧୦୪ ଜଣ ଅଶା ଓ ୧୪ ଜଣ ଏ.ଏନ.ଏମ୍ କର୍ମୀ ସାମିଲ ରହିଛନ୍ତି । ସେମାନେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ବିଭିନ୍ନ ଗ୍ରାମକୁ ଯାଇ , ବାହାର ରାଜ୍ୟରୁ ଆସିଥିବା ଓ ସେମାନଙ୍କର ପରିବାର ବର୍ଗଙ୍କର ଥଣ୍ଡା, ଜ୍ୱର, କାଶ, କଫ, ଡେଙ୍ଗୁ, ମେଲେରିଆ, ଟିଭି, ପତଳା ଝାଡା ଆଦି ଯଦି ଦେଖା ଦେଇଥାଏ ।

ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରିକ୍ଷା ନିରିକ୍ଷା କରାଯିବା ପରେ ଆବଶ୍ୟକ ସ୍ଥଳେ ସେମାନେ ସୁସ୍ଥ ହେବା ପାଇଁ ଔଷଧ ମଧ୍ୟ ଯୋଗାଇ ଦେବାର ବ୍ୟବସ୍ଥା ରହିଅଛି । ଅପରପକ୍ଷରେ ଏମାନଙ୍କ ଠାରୁ ଯଦି କରୋନା ସମ୍ଭଦ୍ଧିତ ଲକ୍ଷଣ ପ୍ରକାଶ ପାଏ ତାହାହେଲେ ସେମାନଙ୍କର ସ୍ୱାର୍ବ ପରିକ୍ଷା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଅଛି ବୋଲି ଡ. ଶ୍ରୀ ପ୍ରଧାନ ଓ ଡାକ୍ତର ସୁଜିତ କୁମାର ମହାନ୍ତି ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।

Leave A Reply