Odisha news

ତେନ୍ତୁଳିଖୁଣ୍ଟି : ଜୁଆଡିର ଲୁହାରଡରୁ ଅଳ୍ପକେ ବର୍ତ୍ତିଲେ ଥାନା ଅଧିକାରୀ, ବ୍ଲାଙ୍କ ଫାୟରିଙ୍ଗ ପରେ ଜୁଆଡିଙ୍କୁ କାବୁ

0

ତେନ୍ତୁଳିଖୁଣ୍ଟି:- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ପାପଡାହାଣ୍ଡି ଥାନା ଜଟାବାଲ ପଞ୍ଚାୟତ ଅନ୍ତର୍ଗତ ମହରାଗୁଡା ଗାଁ ଜଙ୍ଗଲ ନିକଟରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଈଥିଲା। ଉକ୍ତ ଜୁଆ ଆଡ୍ଡା ପାଖରୁ ୧ ଲକ୍ଷ ୧୦ ହଜାର ୫୦୦ ଟଙ୍କା ଉଦ୍ଧାର କରାଯାଈଥିଲା। ପୋଲିସ ସାବଧାନତାର ସହ ୭ ଜଣକୁ କାବୁ କରିବାରେ ସକ୍ଷମ ହୋଈପାରିଥିଲା।

କାରଣ ସେମାନଙ୍କ ମଧ୍ୟରୁ ଶିବୁ ଯୋଶୀ ନାମକ ଜଣେ  ଜୁଆଡି ପୋଲିସ ଉପରକୁ ଲୁହା ରଡ ସହିତ ଆକ୍ରମଣ କରିଥିଲା, ଏଥିରେ ଅଳ୍ପକେ ବର୍ତ୍ତି ଯାଈଥିଲେ ଥାନା ଅଧିକାରୀ। ଏହାପରେ ପୋଲିସ ବାଧ୍ୟ ହୋଈ ବ୍ଲାଙ୍କ ଫାୟରିଙ୍ଗ କରି ସମସ୍ତଙ୍କୁ କାବୁ କରିଥିଲା। ପୋଲିସ ଉପରକୁ ଆକ୍ରମଣ କରିଥିବାରୁ ଶିବୁ ନାମରେ ଥାନାରେ ଅନ୍ୟ ଏକ ମାମଲା ରୁଜୁ କରାଯାଈଛି। ଥାନା ଅଧିକାରୀ ପ୍ରତ୍ତ୍ୟୁଷ ମହାପାତ୍ର, ସବ ଈନିସ୍ପେକଟର ଦିଲୀପ ପ୍ରଧାନ ଓ ଅଶ୍ବିନୀ ପଟ୍ଟନାୟକ ପ୍ରମୂଖ ସଦଳବଳେ ଉକ୍ତ ସ୍ଥାନରେ ଚଢାଉ କରିଥିଲେ।

IEC 2 years
Leave A Reply