ଅସ୍ତରଙ୍ଗ : ଅସ୍ତରଙ୍ଗ ବ୍ଲକ ଅଂଚଳରେ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା କରୋସିନର ବ୍ୟାପକ କଳାବାଜାରି ହୋଇଅଛି । ଏହି କଳାବଜାରିରେ ସ୍ଥାନୀୟ ସବ୍-ହୋଲସେଲରଙ୍କ ଠାରୁ ଆରମ୍ଭ କରି ବ୍ଳକର ବିଭାଗୀୟ ଅଧିକାରୀ ଓ ପଂଚାୟତ ସ୍ତରୀୟ ଡିଲର ମାନେ ଖାଉଟିଙ୍କୁ ଠକି ଲାଲ୍ ଲାଲ୍ ହେଉଥିବା ବେଳେ କିଛି ଖାଉଟି ପୁରୀ ଜିଲ୍ଲାପାଳଙ୍କ ନଜରକୁ ଉକ୍ତ ଦୁର୍ନିତି ଆଣିବା ପରେ ଜିଲ୍ଲାପାଳ ମହୋଦୟ ଏହାର ତଦନ୍ତଭାର ଜିଲ୍ଲାର ବିଭାଗୀୟ ଅଧକାରୀଙ୍କୁ ଦେଇଥିବାରୁ ବ୍ଲକ ଅଂଚଳରେ ଥିବା ବାବୁ ମାନଙ୍କ ମନରେ ଛାନିଆ ଖେଳିଯାଇଅଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ଅସ୍ତରଙ୍ଗ ବ୍ଲକ ଅଂଚଳର ୧୫ ଗୋଟି ଗ୍ରା.ପ. ମଧ୍ୟରୁ କରୋସନ ତଥା କଣ୍ଟୋ୍ରଲ ସାମଗ୍ରୀ ବଣ୍ଠନ କୁରଥିବା ବେଳେ ଅନ୍ୟ ୮ ଗୋଟି ଗ୍ରା.ପ.ରେ ନିଯୁକ୍ତିପ୍ରାପ୍ତ ଡିଲର ରହିଛନ୍ତି ।
ହେଲେ ସଂପ୍ତୁକ୍ତ ସଂସ୍ଥା ମାନେ ହିତାଧିକାରୀ ମାନଙ୍କ ନିମନ୍ତେ ଖାଉଟି ମାନଙ୍କ ଜାଣିବା ପାଇଁ ନିର୍ଦ୍ଧାରିତ ମୂଲ୍ୟର ସୂଚୀ ପଦର୍ଶିତ କରୁବାକୁ ଥିଲେ ମଧ୍ୟ ଲୋକ ମାନଙ୍କୁ ଠିକିବା ନେଇ କୈାଣସି ତାଲିକା ମାରିନଥିବା ବେଳେ ଚାଉଳ ଠାରୁ ଆରମ୍ଭ କରି ଗହମ, କରୋସିନ ତେଲ ଆଦି ପରିବାର ପିଛା ଯେତିକି ଆଇନ ଅନୁଯାଇ ଆବଶ୍ୟକ ସେତକ ନଦେଇ ତାଠାରୁ ୧ କିଲୋରୁ ୨ କିଲୋ ମନ ଇଚ୍ଛା କାଟୁଥିବା ବେଳେ କିରୋସିନ ମଧ୍ୟ ୫୦୦ ମି.ଲି. କାଟିଥାନ୍ତି । ଯେଉଁ ହିତାଧିକାରୀ ଅଭିଯୋଗ କଲେ କିଛି ନଶୁଣି ସମ୍ପୃକ୍ତ ସଂସ୍ଥାର ନିଯୁକ୍ତି ପ୍ରାପ୍ତ ବ୍ୟକ୍ତିମାନେ କହିଥାନ୍ତି ଯେ, ସରକାର କିରୋସିନ ପାଇଁ ଗାଡି ଭଡା ଦେଉନାହାନ୍ତି ଓ ଚାଉଳ ବସ୍ତାରେ ଠିକ୍ ପରିମାଣର ଚାଉଳ ଆସୁନଥିବାରୁ ଏହା କଟାଯଉଅଛି ।
ଏହିପରି ଏଠାକାର ପଂଚାୟତ ଅଧିକାରୀ ଓ ଡିଲର ମାନେ ସ୍ଥାନୀୟ ଯୋଗାଣ ଅଧିକାରୀଙ୍କୁ ହାତକରି ମାସକୁ ମାସ ଲକ୍ଷ ଲକ୍ଷ ଟଙ୍କା ହିତାଧିକାରୀ ମାନଙ୍କ ଠାରୁ ଠକୁଥିବା ବେଳେ ଏହାର ଗୁମରଫିଟିଛି ଏହି ଅସ୍ତରଙ୍ଗ ବ୍ଲକ ଅଧିନ ତାଳଦା ପଂଚାୟତରେ । ତାଳଦା ପଂଚାୟତର ସମେତ ନିଇଗୁଆଁ, ଆଳଙ୍ଗପୁର, ନଗର, ଛୁରିଆନା, ମାଣ୍ଡୁକି, କୋରଣା, ସରିପୁର ପଂଚାୟତକୁ ଏପ୍ରିଲ ମାସର କରୋସିନ ଦିଆଯାଇଥିଲା ।
ମାର୍ଚ୍ଚ ମାସରେ କିରୋସିନର ବିକ୍ରିମୂଲ୍ୟ ଟ.୩୭.୯୦ପିଇସା ଥିବା ବେଳେ ଏପ୍ରିଲ ମାସରେ ମୂଲ୍ୟ ରହିଥିଲା ଟ.୨୫.୪୭ପଇସା ଓ ମେ ଜୁନ୍ ମାସ ପାଇଁ ସରକାର ଲକଡାଉନ ଯୋଗୁଁ ୧୩.୬୦ ପଇସା ଧାର୍ଯ୍ୟ କରିଥିଲେ,ହେଲେ ଉକ୍ତ ପଂଚାୟତର କାର୍ଯ୍ୟାନିର୍ବାହି ଅଧିକାରୀ ଓ ଡିଲର ମାନେ କିରୋସନ ଏପ୍ରିଲ ମାସରେ ନେବା ପରେ ୨୫ ଟଙ୍କା୪୭ ପଇସା ବଦଳରେ ୪୦ ଟଙ୍କା ବିକ୍ରି କରିଥିଲେ । ଯାହା ଫଳରେକି, ଉକ୍ତ କେଳେଙ୍କାରି ପ୍ରଥମେ ତାଳଦା ପଂଚାୟତରେ ଲୋକଲୋଚନକୁ ଆସିବା ପରେ ପଂଚାୟତର ଅଧିବାସୀମାନେ ତୁମ୍ଭିତୋଫାନ କରି ଜିଲ୍ଲାପାଳଙ୍କୁ ଜଣାଇଥିଲେ ।
ପୁରୀ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲାପାଳ ମହୋଦୟ ଯୋଗାଣ ବିଭାଗ ଉପଜିଲ୍ଲାପାଳଙ୍କ ହାତରେ ଥିବାରୁ ଉପଜିଲ୍ଲାପାଳଙ୍କୁ ଏହାର ତଦନ୍ତକରି ରିପୋର୍ଟ ପ୍ରଦାନ ପାଇଁ ନିଦେ୍ର୍ଦଶ ଦେଇଛନ୍ତି ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ତୁଷାରକାନ୍ତି ଦେଓ ପ୍ରକାଶ କରିଛନ୍ତି ଶ୍ରୀ ଦେଓ ଅହୁରି କହିଛନ୍ତି ଯେ, କିରୋସିନ ଠାରୁ ଆରମ୍ଭ କରି ଚାଉଳ, ଗହମ ଆଦି ସାମଗ୍ରୀ ଯେଉଁ ସବୁ ପଂଚାୟତ ଓ ଡିଲର ପାଖରେ ପହଁଚାଯାଉଅଛି ତାହାର ସମସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି ଓ କିରୋସିନ ଲିଟର ପିଛା ପ୍ରତି ଖାଉଟିଙ୍କୁ ସରକାରଙ୍କର ନିତିନିର୍ଦ୍ଧାରଣ ଅନୁଯାଇ ୨ ଲିଟର ଥିବା ବେଳେ ପରିବହନ ବାବଦରେ ଲିଟର ପିଛା ୨୫ ରୁ ୩୫ ପଇସା ଦିଆଯାଉଅଛି ।
ଅପରପକ୍ଷରେ ଉପଜିଲ୍ଲାପାଳ ତଦନ୍ତ ରିପୋର୍ଟ ମାଗିବା ପରେ ତାଳଦା ପଂଚାୟତ ଅଧିକାରୀ ମେ, ଜୁନ୍ ଦୁଇ ମାସର ଲିଟର ପ୍ରତି ୧୩ ଟଙ୍କା ୬୦ ପଇସା ବାବଦରେ ୪୦ ଟଙ୍କା ନେଇଥିବାରୁ ହିତାଧିକାରୀ ସେମାନଙ୍କର ଅବଶିଷ୍ଟ ଅର୍ଥ ଘର ଘର ବୁଲି ଫେରାଇଥିବା ଜିଲ୍ଲା ଯୋଗଣ ଅଧିକାରୀ ଶ୍ରୀ ଦେଓ ସୂଚନା ଦେଇଛନ୍ତି ।