Odisha news

ଯାଜପୁର ଜିଲ୍ଲାର ପୁଣି ୧୫ ସୁସ୍ଥହୋଇ ଫେରିଲେ : ମୋଟ୍ ଫେରିଲେଣି ୪୮

0

ଯାଜପୁର : ଯାଜପୁର ଜିଲ୍ଲାର ୧୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଛନ୍ତି । ଡୁବୁରୀସ୍ଥିତ କୋଭିଡ଼ ହସ୍ପିଟାଲରୁ ଏହି ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଚିକିତ୍ସା ପରେ ସୁସ୍ଥ ହୋଇଥିବାରୁ ଛାଡ଼ିଦିଆଯାଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଏହି ୧୫ ଜଣଙ୍କ ମଧ୍ୟରେ ଯାଜପୁର ଓ ଦଶରଥପୁର ବ୍ଲକର ୫ ଜଣ ଲେଖାଏଁ ଥିବାବେଳେ ବରୀ ବ୍ଲକର ୪ ଓ ବିଞ୍ଝାରପୁର ବ୍ଲକର ଜଣେ ବ୍ୟକ୍ତି ଅଛନ୍ତି ।

ଯାଜପୁର ବ୍ଲକର ବେହେରାପାଟଣାର ୫୦ ବର୍ଷୀୟ ପୁରୁଷ, ବାସୁଦେବପୁର ୨୪, ୩୫ ଓ ୬୦ ବର୍ଷୀୟା ମହିଳା ଓ ନାଥସାହିର ୫୬ ବର୍ଷୀୟ ପୁରୁଷ ରହିଛନ୍ତି ।  ସେହିପରି ଦଶରଥପୁର ବ୍ଲକ ବିରଜାପୁର କୋଦେଇବାଟିର ୫୫ ବର୍ଷୀୟ ପୁରୁଷ, ବିହିପୁରର ୫୬ ବର୍ଷୀୟ ପୁରୁଷ, ୭୫ ଓ ୧୮ ବର୍ଷୀୟ ମହିଳା ଓ ଡାହାଣୀ ହାତାର ୬୫ ବର୍ଷୀୟ ପୁରୁଷ ରହିଛନ୍ତି ।

ବରୀ ବ୍ଳକର ତଳ କାଇପଡ଼ାର ୨୮ ବର୍ଷୀୟ ପୁରୁଷ, ଉଦୟନାଥପୁରର ୪୮ ବର୍ଷୀୟ ପୁରୁଷ, ବାଇଁସିରିଆର ୫୪ ଓ ୬୨ ବଷୀୟ ପୁରୁଷ ସୁସ୍ଥ ହୋଇ ଫେରିଛନ୍ତି ବୋଲି ଶ୍ରୀଦାସ କହିଛନ୍ତି । ସୁସ୍ଥ ହେବା ସତ୍ୱେ ସେମାନେ ଆଉକିଛି ଦିନ ସଙ୍ଗରୋଧରେ ରହିବାକୁ କୋଭିଡ଼୍ ହସପିଟାଲର ଅଧିକ୍ଷକ ଡା. ସୁଧାଂଶୁ ଶେଖର ସୂତାର ପରାମର୍ଶ ଦେଇଛନ୍ତି । ଆପର ପକ୍ଷରେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ରହୁଥିବା ବ୍ୟକ୍ତିମାନେ ସଙ୍ଗରୋଧର ନିୟମ ମାନିଚଳିବା ସହ ନିଜସଂପର୍କୀୟ ମାନଙ୍କ ସହ ନ ମିଶିବା ବା ରହୁଥିବା ପରିସର ମଧ୍ୟରୁ ଅନ୍ୟତ୍ର ନଯିବାକୁ ଜିଲ୍ଳାପାଳ ଅନୁରୋଧ କରିଛନ୍ତି ।

ଜିଲ୍ଲାରେ ସରପଞ୍ଚମାନେ ବହୁତ ଭଲ କାମ କରିଛନ୍ତି । ତେଣୁ ବର୍ତ୍ତମାନ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ମାନଙ୍କରେ ରହୁଥିବା ବ୍ୟକ୍ତି ବିଶେଷ ମାନଙ୍କ ମୌଳିକ ସୁବିଧା, ଖାଦ୍ୟ ପେୟ ଇତ୍ୟାଦିକୁ ସଠିକ୍ ଭାବେ ପରି·ଳନା କରିବା ସହ ଯେପରି କେହି ସଂଗରୋଧରେ ରହୁଥିବା ବ୍ୟକ୍ତି ମାନଙ୍କ ସହ ମିଳାମିଶା ନକରନ୍ତି ସେଥିପ୍ରତି କଠୋର ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । କାରଣ ମିଳାମିଶା ଦ୍ୱାରା କରୋନାର ସଂକ୍ରମଣ ବୃଦ୍ଧି ଘଟିବାର ସମ୍ଭାବନା ଅଧିକ ବୋଲି ସେ କହିଛନ୍ତି । ପୂର୍ବ ୩୩କୁ ମିଶାଇ ଜିଲ୍ଲାରେ ମୋଟ୍ ୪୮ ଜଣ କରୋନା ପଜିଟିଭ ସୁସ୍ଥ ହୋଇସାରିଲେଣି

Leave A Reply