ପଟ୍ଟାମୁଣ୍ଡାଇରୁ ୫ ପଜିଟିଭ ଚିହ୍ନଟ ପରେ ବି ଅମାନିଆ ଲୋକ ମାନୁନାହାନ୍ତି ସାମାଜିକ ଦୂରତ୍ୱ : କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଶାସନର ନିଷ୍ପତି
ପଟ୍ଟାମୁଣ୍ଡାଇ : ମହାମାରୀ କରୋନାକୁ ନେଇ ସମଗ୍ର ବିଶ୍ୱ ଥରହର ହୋଇପଡିଛି । କରୋନା କବଳରୁ କେବେ ମୁକ୍ତି ମିଳିବ ସାଧାରଣଜନତାଙ୍କ ପାଇଁ ପ୍ରଶ୍ନବାଚୀ ହୋଇପଡିଛି । ଭୁଷୁଡି ପଡିଥିବା ଗ୍ରାମାଚଂଳର ଅର୍ଥନୀତି ଓ ସାମାଜିକ ବ୍ୟବସ୍ଥାର ପୁନଃରୁଦ୍ଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲାଗି ପଡିଛନ୍ତି । କରୋନା ଯୁଦ୍ଧ ନିର୍ଣ୍ଣାୟକ ମୋଡରେ ପହଚାଂଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବୁ ଶକ୍ତି ଖଟାଇଛନ୍ତି । ବିଶ୍ୱର ଅଧିକାଂଶ ରାଷ୍ଟ୍ରରେ ପଟ୍ଟାମୁଣ୍ଡାଇ ଅଚଂଳର ଲୋକମାନଙ୍କ ଉପସ୍ଥିତି ଥିବାରୁ କରୋନା କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ଅଚଂଳ ଅତ୍ୟନ୍ତ ସ୍ପର୍ଶକାତର ସ୍ଥିତିରେ ରହିଛି ।
ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ କରୋନା ମୁକାବିଲା ନେଇ ରଣନୀତି, ଜିଲ୍ଲାପାଳ ସମର୍ଥ ବର୍ମା ଓ ପଟ୍ଟାମୁଣ୍ଡାଇ ଅଚଂଳର ପ୍ରଶାସନିକ ଅଧିକାରୀମାନଙ୍କ ଉତ୍ପରତା ଯୋଗୁଁ ପଟ୍ଟାମୁଣ୍ଡାଇ କରୋନାମୁକ୍ତ ହୋଇ ରହିଥିବାବେଳେ ସୁରଟ ଫେରନ୍ତା ପ୍ରବାସୀ ଲୋକମାନଙ୍କ ଯୋଗୁଁ ପଟ୍ଟାମୁଣ୍ଡାଇରେ ୫ କରୋନା ପଜିଟିଭ ଚିହ୍ନଟ ହୋଇ ସରକାର ଓ ପ୍ରଶାସନର ନିଦ ହଜାଇ ଦେଇଛି । ସମ୍ପ୍ରତି ପଟ୍ଟାମୁଣ୍ଡାଇ ୫ ଓ ଜିଲ୍ଲାର ଅନ୍ୟାନ୍ୟ ଅଚଂଳର ୩ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୮ ଥିବାବେଳେ ଆଜି ୧୩ଟି କରୋନା ପଜେଟିଭ ଚିହ୍ନଟ ହୋଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୧ରେ ପହଁଚାଇ ଦେଇଛି ।
କେନ୍ଦ୍ରାପଡା ଜିଲ୍ଲାରେ ୨୧ କରୋନା ଆକ୍ରାନ୍ତ ଜଣାପଡିବା ପରେ ପଟ୍ଟାମୁଣ୍ଡାଇ ଅଚଂଳରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନିକ କୋହଳତାର ସୁଯୋଗ ନେଇ ବହୁ ଅମାନିଆ ଲୋକ ପରିସ୍ଥିତି ବିଗାଡିବାରେ ଲାଗିଛନ୍ତି । କରୋନା ପାଇଁ ସରକାରୀ କଟକକଣାକୁ ଫୁ କରି ଦେଇଛନ୍ତି । ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଚଂଳର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀମାନେ କଟକଣା ଉଲଂଘନ କରୁଥିବା ନଜରକୁ ଆସିଛି । ସେହିପରି କରୋନା ପାଇଁ କୌଣସି ଓøଷଧ ଓ ଟୀକା ପ୍ରସ୍ତୁତ ହୋଇନଥିବାରୁ ସତର୍କତା ଓ ସଚେତନତା ସହ ସାମାଜିକ ଦୂରତ୍ୱ ଏକ ବିକଳ୍ପ ଓ ଜରୁରୀ ହୋଇପଡିଥିବାବେଳେ ଏହାର ଗୁରୁତର ଉଲଂଘନ ଦେଖିବାକୁ ମିଳୁଛି । ସଦାସର୍ବଦା ମାକ୍ସ ବାନ୍ଧିବା ଓ ସାମାଜିକ ଦୂରତ୍ୱକୁ ପ୍ରଶାସନ ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ଅମାନିଆ ଲୋକମାନେ ଏହାର ଉଲଂଘନ କରୁଛନ୍ତି ।
ଯାହାଫଳରେ ମାଂସ, ମାଛ, ପନିପତିବା, ଓøଷଧ ଓ ରାସନ ଦୋକାନରେ ସାମାଜିିକ ଦୂରତ୍ୱ ରହୁନଥିବା ଦେଖିବାକୁ ମିଳୁଛି । ବଣିକସଂଘ ପକ୍ଷରୁ ମାଇକ ଯୋଗେ ପ୍ରଚାର ଓ ପ୍ରଶାସନିକ କଟକଣାର କୌଣସି ପ୍ରଭାବ ପଡୁନାହିଁ । କରୋନା କ୍ଷେତ୍ରରେ ପଟ୍ଟାମୁଣ୍ଡାଇ ଅଚଂଳ ସ୍ପର୍ଶକାତର ହୋଇଥିବାରୁ ସରକାରୀ କଟକଣା ଉଲଂଘନ କରୁଥିବା ଲୋକମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଥିବା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ.ଆଇ.ସି ରାକେଶ ତ୍ରିପାଠୀ ସୂଚନା ଦେଇଛନ୍ତି ।