Odisha news

ପିର ଜାହାନିଆଁ ପୀଠ କୁ ନିଲାମ ଦେଲ ଜିଲ୍ଲା ପ୍ରଶାସନ

0
ଅସ୍ତରଙ୍ଗ,,ଓଡ଼ିଶା ତଥା ଭାରତ ବର୍ଷ ର ପର୍ଯ୍ୟଟନ ମାନଚିତ୍ର ରେ ସ୍ୱିତନ୍ତ୍ର ଭାବେ ସ୍ଥାନ ହାସଲ କରିଥିବା ପୁରୀ ଜିଲ୍ଲା ର ପିରଜାହାନିଆଁ ବେଳାଭୂମି କୁ ପୁରୀ ଜିଲ୍ଲା ପ୍ରଶାସନ ଏକ ବର୍ଷ ପାଇଁ ନିଲାମ କରିଛି । ଏହି ଉପଲକ୍ଷେ , ଛୁରିଅନା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ଯାତ୍ରା ପଡିଆ ,ସାଇକଲ ଷ୍ଠାଣ୍ଡ , ପଞ୍ଚାୟତ ପୋଖରୀ ଆଦି ନିଲାମ ଅସ୍ତରଙ୍ଗ ବ୍ଲକ ବିଡ଼ିଓ କର୍ଣ୍ଣ ଦେବ ସମାଦ୍ଦାର,ସହକାରୀ ଯନ୍ତ୍ରୀ ଶୁଭେନ୍ଦୁ ନାଏକ,ମତ୍ସ୍ୟ ଅଧିକାରୀ ଜଗନ୍ନାଥ ବେହେରା  ଓ ସମିତି ସଭ୍ୟ ବିମ୍ବାଧର ବିଶ୍ଵାଳ ଙ୍କ ଉପସ୍ଥିତିରେ ଛୁରିଅନା ଗ୍ରାମପଞ୍ଚାୟତ ଅଧିକାରୀ ମଧୁ ସ୍ମିତା ମଲ୍ଲିକ ନିଲାମ ଡାକିଥିଲେ ।  ସର୍ବାଧିକ ନିଲାମ ନେଇଥିବା ବ୍ୟକ୍ତି ବାର୍ଷିକ, ଅଟୋ ୩୫ଟଙ୍କା,ଚାରି ଚକିଆ ୫୦ଟଙ୍କା ଓ ବସ ୬୦ ଟଙ୍କା ରହିଥିବା ବେଳେ,ଯାତ୍ରା ଦୁଇଦିନ ପାଇଁ ସାଇକଲ ୧୦ଟଙ୍କା ମଟର ସାଇକଲ ୨୦ଟଙ୍କା ରହି ଅଛି । ଯାତ୍ରା ମେଳା ପଡିଆ ପାଇଁ ସ୍କୋୟାର ଫୁଟ ୨ଟଙ୍କା ରଖାଯାଇ ଅଛି ବୋଲି ସରପଞ୍ଚ କ୍ଷୀରୋଦ କୁମାର କାଣ୍ଡି ପ୍ରକାଶ କରିଛନ୍ତି । ଏହି ନିଲାମ ପ୍ରକିୟାରେ ପଞ୍ଚାୟତର ବହୁ ଜନତା ଉପସ୍ଥିତ ଥିଲେ
Leave A Reply