Odisha news

ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

0

ବାରିପଦା  : ପାରିବାରିକ କଳହରୁ ସ୍ୱାମୀର କଟୁରୀ ଚୋଟରେ ସ୍ତ୍ରୀର ମୃତୁ୍ୟ । ଏହିଭଳି ଏକ ଅଭାବନୀ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଗ୍ରାମରେ । ଘଟଣାରୁ ପ୍ରକାସ ଯେ, ଉକ୍ତ ଗ୍ରାମର ସ୍ୱାମୀ ଜିତୁ ଟୁଡୁ(୩୪) ଏବଂ ତାଙ୍କ ସ୍ତ୍ରୀ ପାର୍ବତୀ ଟୁଡୁଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଜିତୁ ଉତକ୍ଷିପ୍ତ ହୋଇ ଏକ କଟୁରୀ ସାହାଯ୍ୟରେ ସ୍ତ୍ରୀ ପାର୍ବତୀଙ୍କ ମୁଣ୍ଡକୁ କାଟି ଶରୀରରୁ ଅଲଗା କରି ହତ୍ୟା କରିଥିଲେ । ପରେ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ପଡୋଶୀ ଲୋକ ତାଙ୍କୁ ଧରି ରାସଗୋବିନ୍ଦପୁର ଥାନାରେ ଖବର ଦେଇଥିଲେ । ଖବର ପାଇ ରାସଗୋବିନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜିତୁଙ୍କୁ ଗିରଫ କରିବା ସହ ପାର୍ବତୀଙ୍କ ଶବକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

Nalco
Leave A Reply